ଆଇପିଏଲ୍‌: ଋଦ୍ଧିମାନ ସାହାଙ୍କ ଅର୍ଦ୍ଧଶତକ, ଚେନ୍ନାଇକୁ ୭ ଓ୍ଵିକେଟ୍‌ରେ ପରାସ୍ତ କଲା ଗୁଜରାଟ

Advertisment
ଆଇପିଏଲ୍‌: ଋଦ୍ଧିମାନ ସାହାଙ୍କ ଅର୍ଦ୍ଧଶତକ, ଚେନ୍ନାଇକୁ ୭ ଓ୍ଵିକେଟ୍‌ରେ ପରାସ୍ତ କଲା ଗୁଜରାଟ

Photo: Zee News

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୬୨ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ଗୁଜରାଟ ଟାଇଟନ୍ସ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଗୁଜରାଟ ୧୯.୧ ଓଭରରେ ୩ଟିଓ୍ଵିକେଟ୍‌ ହରାଇ ୧୩୭ ରନ୍‌ କରିଛି।

ଗୁଜରାଟ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା। ପ୍ରଥମ ଓ୍ଵିକେଟ୍‌ ପାଇଁ ୫୯ ରନ୍‌ କରିଥିଲା। ଶୁଭମାନ୍‌ ଗିଲ୍‌ ୧୭ଟି ବଲ୍‌ରେ ୧୮ ରନ୍‌ କରି ଚେନ୍ନାଇର ପ୍ରଥମ ଶକାର ହୋଇଥିଲେ। ମ୍ୟାଥ୍ୟୁ ଓ୍ଵାଡେ୍‌ ୧୫ଟି ବଲ୍‌ ଖେଳି ୨ଟି ଚୌକା ଓ ୩ଟି ଛକା ବଳରେ ୨୦ ରନ୍‌ କରିଥିଲେ। ପ୍ରାରମ୍ଭିକ ବ୍ୟାଟର ଋଦ୍ଧିମାନ ସାହା ଦଳ ପାଇଁ ସର୍ବାଧିକ ୬୭ ରନ୍‌ କରିଥିଲେ। ସେ ଅପରାଜିତ ରହି ୫୭ଟି ବଲ୍‌ ଖେଳି ୮ଚୌକା ଓ ଗୋଟିଏ ଛକା ମାରିଥିଲେ।

publive-image Photo: Zee News

ସ୍ଥାନୀୟ ଓ୍ଵାଙ୍ଖଡେ ଷ୍ଟାଡିୟମ୍‌ରେ ରବିବାର ଜାରି ରହିଥିବା ମ୍ୟାଚ୍‌ରେ ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୩୩ ରନ୍‌ କରିଥିଲା। ଚେନ୍ନାଇର ପାଳି ଆରମ୍ଭ କରିଥିଲେ ଋତୁରାଜ ଗାଏକ୍ୱାର୍ଡ ଓ ଡେଭୋନ୍‌ କନ୍‌ୱେ। ଉଭୟ ଗାଏକ୍ୱାର୍ଡ ଓ କନ୍‌େଓ୍ଵ ପ୍ରଥମ ଓ୍ଵିକେଟ୍‌ ପାଇଁ ୮ ରନ୍‌ କରିଥିଲେ। କନ୍‌ୱେ କ୍ରିଜ୍‌ରେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲେ। ସେ ୯ଟି ବଲ୍‌ ଖେଳି ୫ ରନ୍‌ କରିଥିଲେ। ଦ୍ୱିତୀୟ ଓ୍ଵିକେଟ୍‌ ପାଇଁ ମୋଇନ୍‌ ଅଲୀ (୨୧ ରନ୍‌)ଙ୍କ ସହିତ ଗାଏକ୍ୱାର୍ଡ ୫୭ ରନ୍‌ ସଂଗ୍ରହ କରିଥିଲେ। ଋତୁରାଜ ୪୯ଟି ବଲ୍‌ ଖେଳି ୫୩ ରନ୍‌ କରିଥିଲେ। ଏଥିରେ ୪ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା।

ଏନ୍‌ ଜଗଦୀଶନ ୩୭ ରନ୍‌, ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୭ ରନ୍‌ କରିଥିଲେ । ଗୁଜରାଟ ପକ୍ଷରୁ ମହମ୍ମଦ ସାମି ୨ଟି ଓ୍ଵିକେଟ୍‌ ନେଇଥିଲେ। ରସିଦ ଖାନ, ଅଲଜାରୀ ଜୋସେଫ୍‌ ଓ ରବିଶ୍ରୀନିବାସନ୍‌ ସାଈ କିଶୋରଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe