ପାଣ୍ଡ୍ୟା ପ୍ରହାରରେ ଗୁଜରାଟ ବିଜୟୀ

Advertisment
କ୍ୟାପଟେନ ସିନା ମିଳିଗଲେ, କିଏ ହେବେ ହାର୍ଦ୍ଦିକଙ୍କ ଭଳି ଅଲରାଉଣ୍ଡର?

IndiaTV News

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୨୪ତମ ମାଚ୍‌ରେ ଗୁଜରାଟ ଟାଇଟନ୍ସ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସକୁ ଶୋଚନୀୟ ଭାବେ ୩୭ ରନ୍‌ରେ ପରାସ୍ତ କରିଛି। ହାର୍ଦିକ ପାଣ୍ଡ୍ୟା, ଡେଭିଡ୍ ମିଲର୍‌, ଅଭିନବ ମନୋହରଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଫର୍ଗୁସନଙ୍କ ନେତୃତ୍ବରେ ବୋଲରଙ୍କ ମିଳିତ ପ୍ରୟାସ କାରଣରୁ ଗୁଜରାଟ ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ସହ ପୁଣି ଶୀର୍ଷକୁ ଫେରିଛି। ଅନ୍ୟପକ୍ଷରେ ମ୍ୟାଚ୍‌ ପୂର୍ବରୁ ଶୀର୍ଷରେ ଥିବା ସଞ୍ଚୁ ସାମସନଙ୍କ ରାଜସ୍ଥାନ ରୟାଲ୍‌ସ ପଞ୍ଚମ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରିଛି।
୧୯୩ ରନ୍ ଲକ୍ଷ୍ୟକୁ ପିଛା କରିବା ବେଳେ ରାଜସ୍ଥାନ ରୟାଲ୍ସ ପାୱାର ପ୍ଲେ ଭିତରେ ୬୫ ରନ୍‌ କରିଥିଲେ ମଧ୍ୟ ୩ ୱିକେଟ୍‌ ହରାଇ ଦେଇଥିଲା। ଏହି ସମୟ ଭିତରେ ୨୩ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିବା ଇଂଲିସ୍ ବ୍ୟାଟର୍‌ ଜୋସ ବଟଲର୍‌ ଆଉଟ୍ ମଧ୍ୟ ହୋଇଯାଇଥିଲେ। ଏହା ପରେ ରାଜସ୍ଥାନ ରୟାଲ୍ସ ଦିଗହରା ହୋଇ ୧୫୫/୯ରେ ସୀମିତ ରହିଯାଇଥିଲା। ଆଇପିଏଲ୍ ପଦାର୍ପଣରେ ଧୂଲେଇରେ ଶିକାର ହୋଇଥିଲେ ମଧ୍ୟ ୟାଶ ଦୟାଲ୍ ୩ ୱିକେଟ୍ ନେଇଥିଲେ। ଲୋକି ଫର୍ଗୁସନ୍‌ ମଧ୍ୟ ୩ ୱିକେଟ୍‌ ଅକ୍ତିଆର କରିଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସ ପାୱାର ପ୍ଲେ ଭିତରେ ୨ ୱିକେଟ୍‌ ହରାଇ ଦେଇଥିଲା। ପ୍ରାରମ୍ଭିକ ବ୍ୟାଟର୍‌ ମାଥ୍ୟୁ ୱାଦେ ଏବଂ ଅଲ୍‌ରାଉଣ୍ଡର୍‌ ବିଜୟ ଶଙ୍କରଙ୍କ ପରେ ଶୁବମନ ଗିଲ୍‌ ଶସ୍ତାରେ ଆଉଟ୍ ହୋଇଯିବାରୁ ଗୁଜରାଟ ଏକଦା ୫୩/୩ରେ ପହଞ୍ଚିଯାଇଥିଲା। ତେବେ ଅଧିନାୟକ ହାର୍ଦିକ ପାଣ୍ଡ୍ୟା (୮୭*, ୫୨ ବଲ୍, ୮ ଚୌକା, ୪ ଛକା) ଏବଂ ଅଭିନବ ମନୋହର (୪୩, ୨୮ ବଲ୍‌, ୪ ଚୌକା, ୨ ଛକା) ଚତୁର୍ଥ ୱିକେଟ୍ ପାଇଁ ୮୪ ରନ୍‌ ଯୋଡ଼ିବାରୁ ଗୁଜରାଟ ଲଢ଼ୁଆ ସ୍କୋର ଛିଡ଼ା କରିଥିଲା। ଶେଷକୁ ପାଣ୍ଡ୍ୟାଙ୍କ ସହ ଡେଭିଡ୍‌ ମିଲର୍ (୩୧*, ୧୪ ବଲ୍‌, ୫ ଚୌକା, ୧ ଛକା) ଅତୁଟ ପଞ୍ଚମ ୱିକେଟ୍‌ ପାଇଁ ୨୫ ବଲ୍‌ରୁ ୫୩ ରନ୍‌ ଯୋଡିଥିଲେ। ରାଜସ୍ଥାନ ପକ୍ଷରୁ କୁଲଦୀପ ସେନ, ୟୁଝବେନ୍ଦ୍ର ଚହଲ ଓ ରିୟାନ୍ ପରାଗ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ସେନ୍‌ କିନ୍ତୁ ତାଙ୍କ ୪ ଓଭରରେ ସର୍ବାଧିକ ୫୧ ରନ୍‌ ବ୍ୟୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe