ରାଜସ୍ଥାନକୁ ୭ ୱିକେଟରେ ପରାସ୍ତ କରି ଆଇପିଏଲ୍‌ର ସପ୍ତମ ବିଜୟ ମୁକୁଟ ପିନ୍ଧିଲା ଗୁଜରାଟ

Advertisment
ରାଜସ୍ଥାନକୁ ୭ ୱିକେଟରେ ପରାସ୍ତ କରି ଆଇପିଏଲ୍‌ର ସପ୍ତମ ବିଜୟ ମୁକୁଟ ପିନ୍ଧିଲା ଗୁଜରାଟ

Hindustan

ଅହମଦାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ଫାଇନାଲ୍‌ ମ୍ୟାଚ୍‌ରେ ରାଜସ୍ଥାନକୁ ୭ ୱିକେଟରେ ପରାସ୍ତ କରି ନିଜର ପ୍ରଥମ ସିଜିନରେ ପ୍ରଥମ ଟାଇଟେଲ ହାତେଇଛି ଗୁଜୁରାଟ । ଦ୍ବିତୀୟ ପାଳିରେ ଗୁଜୁରାଟ ୧୩୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୧୮.୧ ଓଭରରେ ୩ ୱିକେଟ ହରାଇ ୧୩୩ ରନ୍‌ କରି ବିଜୟ ହୋଇଛି । ଗୁଜୁରାଟ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୩୪ ରନ୍‌ କରିଥିବା ବେଳେ ଶୁବମାନ ଗିଲ୍ ଅପରାଜିତ ୪୫ ରନ୍‌ ଓ ଡେଭିଡ ମିଲର ୧୯ ବଲରେ ଦମ୍‌ଦାର ୩୨ ରନ୍‌ କରି ଗୁଜୁରାଟକୁ ସହଜ ବିଜୟ ଦେଇଥିଲେ । ଏହା ସହ ଚଳିତ ସିଜିନ୍‌ରେ ନୂଆ ଦଳ ଭାବେ ପ୍ରଥମ ଥର ଆଇପିଏଲ୍‌ରେ ପ୍ରେବେଶ କରିଥିବା ଗୁଜୁରାଟ ପ୍ରଥମ ପ୍ରୟାସରେ ଟାଇଟଲ ହାସଲ କରିଛି । ଅନ୍ୟପଟେ ଆଇପିଏଲ୍‌ ସିଜିନ୍‌ର ପ୍ରଥମ ବିଜେତା ରାଜସ୍ଥାନ ୧୪ ବର୍ଷ ପରେ ଫାଇନାଲ ଖେଳୁଥିଲେ ସୁଧା ବିଜୟ ଟାଇଟଲକୁ ହାତେଇବାରେ ସକ୍ଷମ ହୋଇନାହିଁ ।

ରାଜସ୍ଥାନର ଅଧିନାୟକ ସଂଜୁ ସାମ୍‌ସନ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ଓ୍ଵିକେଟ୍‌ ହରାଇ ୧୩୦ ରନ୍‌ କରିଥିଲା। ଫଳରେ ଗୁଜରାଟକୁ ୧୩୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ଗୁଜରାଟ ଟାଇଟନ୍ସ ମୂଳରୁ ପ୍ରଭାବଶାଳୀ ବୋଲିଂ କରିଥିଲା। ଟିମ୍‌ର ସମସ୍ତ ବୋଲର ଭଲ ବୋଲିଂ କରିଥିଲେ। ଫଳରେ ରାଜସ୍ଥାନ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ପାଳି ଆରମ୍ଭରୁ ରାଜସ୍ଥାନ ଭଲ ବ୍ୟାଟିଂ କରିଥିଲା। କିନ୍ତୁ ପ୍ରାରମ୍ଭିକ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ଛକା ମାରିବାକୁ ଯାଇ ୟାସ୍‌ ଦୟାଲଙ୍କ ବଲ୍‌ ସାଇ କିଶୋରଙ୍କୁ କ୍ୟାଚ୍‌ ଦେଇଥିଲେ। ଜୟସ୍ୱାଲ୍‌ ୧୬ଟି ବଲ୍‌ ସାମ୍ନା କରି ଗୋଟିଏ ଚୌକା ଓ ୨ଟି ଛକା ବଳରେ ୨୨ ରନ୍‌ କରିଥିଲେ। ରାଜସ୍ଥାନ ୩୧ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇଥିବା ବେଳେ ସ୍କୋର ୬୦ ରନ୍‌ ଥିବା ବେଳେ ସଂଜୁ ସାମ୍‌ସନ୍‌ (୧୪) ଆଉ୍‌ଟ ହୋଇଥିଲେ। ଯୁବ ବ୍ୟାଟର ଦେବଦୂତ୍ତ ପଡ୍ଡିକଲ ମଧ୍ୟ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ସେ ୧୦ଟି ବଲ୍‌ ଖେଳି ମାତ୍ର ୨ ରନ୍‌ କରି ରସିଦ୍‌ ଖାନ୍‌ଙ୍କ ବଲ୍‌ ମହମ୍ମଦ ସାମିଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌ ଫେରି ଆସିଥିଲେ।

ରାଜସ୍ଥାନ ପାଇଁ ଜୋସ୍‌ ବଟଲର ସର୍ବାଧିକ ୩୯ ରନ୍‌ କରିଥିଲେ। ସେ ୩୫ଟି ବଲ୍‌ ଖେଳି ୫ଟି ଚୌକା ମାରିବା ସହି ଗୁଜରାଟର ୪ର୍ଥ ଶିକାର ହୋଇଥିଲେ। ବିସ୍ଫୋରକ ବ୍ୟାଟର ସିମରନ୍‌ ହେଟମେୟର ୧୧ ରନ୍‌, ରବିଚନ୍ଦ୍ରନ ଅଶ୍ୱିନ୍‌ ୬ ରନ୍‌, ଟ୍ରେଣ୍ଟ ବୋଲ୍ଟ ୧୧ ରନ୍‌ ଓ ଓବେ୍‌ଡ ମ୍ୟାକକଏ ୮ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ଗୁଜରାଟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୩ଟି ଓ୍ଵିକେଟ ନେଇଥିଲେ। ପାଣ୍ଡ୍ୟା ୪ ଓଭର ବୋଲିଂ କରି ୧୭ ରନ୍‌ ଖର୍ଚ୍ଚ କରିଥିଲେ। ରବିଶ୍ରୀନିବାସନ୍‌ ସାଇ କିଶୋରଙ୍କୁ ୨, ୟାସ ଦୟାଲ, ମହମ୍ମଦ ସାମି ଓ ରସିଦ ଖାନଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe