ଗଲ୍‌ଫର ଜ୍ୟୋତି ରନ୍ଧୱା ଗିରଫ

Advertisment
ଗଲ୍‌ଫର ଜ୍ୟୋତି ରନ୍ଧୱା ଗିରଫ

ନୂଆଦିଲ୍ଲୀ: ଖ୍ୟାତନାମା ଭାରତୀୟ ଗଲ୍‌ଫର ଜ୍ୟୋତି ରନ୍ଧୱାଙ୍କୁ ବୁଧବାର ଉତ୍ତରପ୍ରଦେଶ ବନ୍ୟପ୍ରାଣୀ ଅଧିକାରୀମାନେ ଗିରଫ କରିଛନ୍ତି। ଏକ ସଂରକ୍ଷିତ ବ୍ୟାଘ୍ର ଜଙ୍ଗଲରେ ଅବୈଧ ଶିକାର କରିବା ଅଭିଯୋଗରେ ରନ୍ଧୱାଙ୍କୁ ତୁରନ୍ତ ଜେଲ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ନିକଟରୁ ଏକ .୨୨ ରାଇଫଲ, ଗାଡ଼ି, ବନ୍ୟପ୍ରାଣୀ ଛାଲ, ଦୂରବୀକ୍ଷଣ ଯନ୍ତ୍ର ଏବଂ ଅନ୍ୟାନ୍ୟ ବହୁ ବନ୍ୟପ୍ରାଣୀ ଶିକାର ସରଞ୍ଜାମ ମିଳିଥିଲା। କାଟରନିଆଘାଟ ଜିଲ୍ଲା ଜଙ୍ଗଲ ଅଧିକାରୀ ରନ୍ଧୱାଙ୍କୁ ପଚରା ଉଚରା କରିବା ପରେ ଜେଲଙ୍କୁ ପଠାଇ ଦେଇଛନ୍ତି। ବିଭିନ୍ନ ବନ୍ୟପ୍ରା‌ଣୀ ଆଇନ୍ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। କା‌ଟେରନିଆଘାଟ ନିକଟସ୍ଥ ମୋତିପୁରଠାରେ ରନ୍ଧୱାଙ୍କର ଏକ ଫାର୍ମ ରହିଛି। ବିଗତ ୩ ଦିନ ଧରି ସେ ନିଜ ଗାଡ଼ିରେ ଘୁରିବୁଲିବା ଦେଖି ଜଙ୍ଗଲ ଅଧିକାରୀ ସନ୍ଦେହ କରିଥିଲେ। ଏକ ଜଙ୍ଗଲପ୍ରାଣୀଙ୍କୁ ସେ ମାରିଥିବା ମଧ୍ୟ ଅଭି‌ଯୋଗ ହୋଇଛି। ୧୯୯୪ ମସିହାରୁ ପେସାଦାର ଗଲ୍‌ଫ ଖେଳି ଆସୁଥିବା ଜ୍ୟୋତି ପିଜିଏ, ୟୁଏସ୍ ଓପନ୍ ଖେଳିବା ସହିତ ୮ ଥର ଏସୀୟ ଟୁର୍‌ ବିଜେତା ଏବଂ ଏସୀୟ ଅର୍ଡର ଅଫ୍ ମେରିଟ୍ (୨୦୦୨) ସମ୍ମାନ ପାଇଥିଲେ। ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହଙ୍କୁ ବିବାହ କରିଥିଲେ ମଧ୍ୟ ୨୦୧୪ ମସିହାରୁ ତାଙ୍କ ବିଛେଦ ଘଟିସାରିଛି। ଏକମାତ୍ର ପୁଅ ଜୋରାୱାର ଏବେ ଚିତ୍ରାଙ୍ଗଦାଙ୍କ ପାଖରେ ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe