ଗଲ୍‌ ଟେଷ୍ଟ୍‌: ଶ୍ରୀଲଙ୍କାକୁ ବିଜୟ ଦେଲେ ପ୍ରବଥ

ପ୍ରବଥ ଜୟସୂରିଆଙ୍କ ୫ ୱିକେଟ୍‌ ବଳରେ ଏଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ଘରୋଇ ଦଳ ୬୩ ରନ୍‌ରେ ଜିତି ନେଇଛି। ଫଳରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାରେ ଶ୍ରୀଲଙ୍କା ୧-୦ରେ ଆଗୁଆ ‌ହୋଇଛି।

gjggjdgjdgj

ଗାଲେ: ପ୍ରବଥ ଜୟସୂରିଆଙ୍କ ୫ ୱିକେଟ୍‌ ବଳରେ ଏଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ଘରୋଇ ଦଳ ୬୩ ରନ୍‌ରେ ଜିତି ନେଇଛି। ଫଳରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାରେ ଶ୍ରୀଲଙ୍କା ୧-୦ରେ ଆଗୁଆ ‌ହୋଇଛି। ଦ୍ବିତୀୟ ତଥା ଶେଷ ଟେଷ୍ଟ୍‌ ଏଠାରେ ୨୬ ତାରିଖରୁ ଖେଳାଯିବ। ମ୍ୟାଚ୍‌ରେ ୯ ୱିକେଟ୍‌ ନେଇଥିବା ପ୍ରବଥ ‌ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। 

ଶ୍ରୀଲଙ୍କା ପ୍ରଥମ ପାଳିରେ କାମିନ୍ଦୁ ମେଣ୍ଡିସ୍‌ଙ୍କ ଶତକ ବଳରେ ୩୦୫ ରନ୍‌ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୩ ଅର୍ଦ୍ଧଶତକ ସହାୟତାରେ ୩୪୦ ରନ୍‌ କରି ପ୍ରଥମ ପାଳି ଅଗ୍ରଣୀ ପାଇଥିଲା। ଦ୍ବିତୀୟ ପାଳିରେ ଦିମୁତ କରୁଣାରତ୍ନେ, ଦିନେଶ ଚାନ୍ଦିମାଳ ଓ ଆଞ୍ଜେଲୋ ମାଥ୍ୟୁସ ଅର୍ଦ୍ଧଶତକୀୟ ପାଳି ଖେଳିବାରୁ ଶ୍ରୀଲଙ୍କା ୩୦୯ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଫଳରେ ଭ୍ରମଣକାରୀ ସମ୍ମୁଖରେ ୨୭୪ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ରବିବାର ନ୍ୟୁଜିଲାଣ୍ଡ ୮ ୱିକେଟ୍‌ ହରାଇ ୨୦୭ ରନ୍‌ କରି ପରାଜୟ ଦ୍ବାରରେ ଥିଲା। ଶେଷ ଦିନ ମାତ୍ର ୧୫ ମିନିଟ୍‌ ଭିତରେ ୪ ରନ୍‌ ଯୋଡ଼ି ଅବଶିଷ୍ଟ ୱିକେଟ୍‌ ହରାଇ ପରାଜୟ ବରଣ କରିଥିଲା। ପ୍ରଥମ ପାଳିରେ ୪ ୱିକେଟ୍‌ ପାଇଥିବା ପ୍ରବଥ ଦ୍ବିତୀୟ ପାଳିରେ ୫/୬୮ ସଫଳତା ପାଇ ଦଳକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ତୁଲାଇଥ‌ିଲେ। ଭ୍ରମଣକାରୀ ଦଳ ପକ୍ଷରୁ ରାଚିନ ରବୀନ୍ଦ୍ର ସର୍ବାଧିକ ୯୨ ରନ୍‌ କରିଥିଲେ। ଗାଲେରେ ଏହା ନ୍ୟୁଜିଲାଣ୍ଡ ଖେଳାଳିଙ୍କ ସର୍ବୋଚ୍ଚ ସ୍କୋର୍‌। ପୂର୍ବରୁ ରସ୍‌ ଟେଲର (୮୯ ରନ୍‌, ୨୦୧୯)ଙ୍କ ନାମରେ ସର୍ବୋଚ୍ଚ ସ୍କୋର ରେକର୍ଡ ଥିଲା। 

ସଂକ୍ଷିପ୍ତ ସ୍କୋର୍‌: ଶ୍ରୀଲଙ୍କା ପ୍ରଥମ ପାଳି ୯୧.୫ ଓଭର‌ରେ ୩୦୫ (କାମିନ୍ଦୁ ମେଣ୍ଡିସ ୧୧୪, କୁସାଲ ମେଣ୍ଡିସ ୫୦, ୱିଲିୟମ ଓ’ରୁର୍କି ୫/୫୫)। ନ୍ୟୁଜିଲାଣ୍ଡ ପ୍ରଥମ ପାଳି ୯୦.୫ ଓଭରରେ ୩୪୦ (ଟମ ଲାଥମ ୭୦, ଡାରିଲ ମିଚେଲ ୫୭, କେନ୍‌ ୱିଲିୟମ୍ସ ୫୫, ପ୍ରବଥ ଜୟସୂରିଆ ୪/୧୩୬, ରମେଶ ମେଣ୍ଡିସ ୩/୧୦୧)। ଶ୍ରୀଲଙ୍କା ଦ୍ବିତୀୟ ପାଳି ୯୪.୨ ଓଭର‌ରେ ୩୦୯ (ଦିମୁତ କରୁଣାରତ୍ନେ ୮୩, ଦିନେଶ ଚାନ୍ଦିମାଳ ୬୧, ଆଞ୍ଜେଲୋ ମାଥ୍ୟୁସ ୫୦, ଅଜାଜ୍‌ ପଟେଲ ୬/୯୦, ୱିଲିୟମ ଓ’ରୁର୍କି ୩/୪୯)। ନ୍ୟୁଜିଲାଣ୍ଡ ଦ୍ବିତୀୟ ପାଳି ୭୧.୪ ଓଭରରେ ୨୧୧ (ରାଚିନ ରବୀନ୍ଦ୍ର ୯୨, ଟମ ବ୍ଲଣ୍ଡେଲ ୩୦, କେନ୍‌ ୱିଲିୟମ୍ସ ୩୦, ପ୍ରବଥ ଜୟସୂରିଆ ୫/୬୮, ରମେଶ ମେଣ୍ଡିସ ୩/୮୩)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe