ନୂଆଦିଲ୍ଲୀ,: ଜର୍ମାନିର ସୁଲ୍ଠାରେ ଚାଲିଥିବା ଆଇଏସ୍ଏସ୍ଏଫ୍ କନିଷ୍ଠ ବିଶ୍ବକପ୍ରେ ଭାରତର ସ୍ବର୍ଣ୍ଣିମ ସଫଳତା ଜାରି ରହିଛି। ମଙ୍ଗଳବାର ବିଜୟବୀର ସିଦ୍ଧୁଙ୍କ ପରେ ବୁଧବାର ଅନିଶ ଭନ୍ୱାଲା ୨୫ ମିଟର ରାପିଡ୍ ଫାୟାର ପିସ୍ତଲ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୫୮୪ ସ୍କୋର୍ ସହ ଯୋଗ୍ୟତାପର୍ଯ୍ୟାୟରେ ଶୀର୍ଷରେ ରହିଥିବା ଅନିଶ ଫାଇନାଲ୍ରେ ୨୯ ସ୍କୋର୍ କରି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ କବ୍ଜା କରିନେଇଥିଲେ। ତେବେ ଅନ୍ୟ ଦୁଇ ଭାରତୀୟ ଆଦର୍ଶ ସିଂହ ଓ ଆଗ୍ନେୟ କୌଶିକ୍ ଯଥାକ୍ରମେ ଚତୁର୍ଥ ଓ ଷଷ୍ଠ ସ୍ଥାନରେ ରହି ପଦକ ହାତଛଡ଼ା କରିଥିଲେ। ତଥାପି ଚତୁର୍ଥ ଦିବସ ସୁଦ୍ଧା ଭାରତ ୮ ସ୍ବର୍ଣ୍ଣ, ୭ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୧୮ ପଦକ ଜିତିସାରିଛି।
ବନ୍ଧୁକଚାଳନା ବିଶ୍ବକପ୍: ଅନିଶଙ୍କୁ ସ୍ବର୍ଣ୍ଣ
Advertisment
Follow Us