କଟକ: ଗୌହାଟୀଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେ୍ଵଣ୍ଟି-୨୦ ମ୍ୟାଚ୍ ପାଇଁ ଓଡ଼ିଶାର ଯୁଗଳ କିଶୋର ସାମଲ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ଆସନ୍ତାକାଲି ରାଞ୍ଚିଠାରେ ପ୍ରଥମ ଟେ୍ଵଣ୍ଟି-୨୦ ମ୍ୟାଚ୍ ଖେଳାଯିବ। ଏହାପରେ ଗୌହାଟୀର ଡକ୍ଟର ଭୂପେନ୍ ହଜାରିକା କ୍ରିକେଟ ଷ୍ଟାଡିୟମରେ ଆସନ୍ତା ୧୦ ତାରିଖରେ ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ଷ୍ଟାଡିୟମରେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବାକୁ ଥିବାରୁ ଏହି ନିଯୁକ୍ତି ପାଇଁ ଶ୍ରୀ ସାମଲ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି। ଯୁଗଳ କିଶୋର ସାମଲ ଓଡ଼ିଶା କ୍ରିକେଟ ସଂଘ (ଓସିଏ)ର କାଉନସିଲ୍ ସଦସ୍ୟ ରହିଥିଲା ବେଳେ ବୌଦ୍ଧ ଜିଲ୍ଲା କ୍ରିକେଟ୍ ସଂଘର ସଭାପତି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି। ଗତଋତୁରେ ସେ ଓଡ଼ିଶା ରଣଜୀ ଦଳର ପ୍ରବନ୍ଧକ ଭାବେ କେରଳ ଗ୍ରସ୍ତ କରିଥିଲେ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us