IND VS SA: ଆଜିଠାରୁ ଗୁଆହାଟୀ ଟେଷ୍ଟ୍‌: ଗିଲ୍‌, ରବାଡ଼ା ଖେଳିବେନି

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ୍‌ ଶନିବାରଠାରୁ ଗୁଆହାଟୀ‌ରେ‌ ଖେଳାଯିବ। ପୂର୍ବ ଭାରତର ଅନ୍ୟତମ ଟେଷ୍ଟ୍ ଭେନ୍ୟୁ ଭାବେ ବର୍ଷାପାରା ଷ୍ଟାଡିୟମ୍ ଏହି ମ୍ୟାଚ୍‌ ଆୟୋଜନ କରୁଛି।

rishav pant

ଗୁଆହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ୍‌ ଶନିବାରଠାରୁ ଗୁଆହାଟୀ‌ରେ‌ ଖେଳାଯିବ। ପୂର୍ବ ଭାରତର ଅନ୍ୟତମ ଟେଷ୍ଟ୍ ଭେନ୍ୟୁ ଭାବେ ବର୍ଷାପାରା ଷ୍ଟାଡିୟମ୍ ଏହି ମ୍ୟାଚ୍‌ ଆୟୋଜନ କରୁଛି। ଏହା ମଧ୍ୟ ଦେଶର ୩୦ତମ ଟେଷ୍ଟ୍ ଭେନ୍ୟୁର ମାନ୍ୟତା ପାଇଛି। ଏହି ଟେଷ୍ଟ୍ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଭାରତକୁ ଶକ୍ତ ଝଟକା ଲାଗିଛି। ଅଧିନାୟକ ଶୁବମନ ଗିଲ୍ ଖେଳିବେ ନାହିଁ ବୋଲି ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ସ୍ପଷ୍ଟ କରିଦେଇଛନ୍ତି। ଦକ୍ଷିଣ ଆଫ୍ରିକା ପାଇଁ ମଧ୍ୟ ସମାନ ସମସ୍ୟା ରହିଛି। କୋଲକାତା ଟେଷ୍ଟ୍ ଆରମ୍ଭ ଦିନ ସକାଳେ ଅଭ୍ୟାସ ବେଳେ ଆହତ ହୋଇଥିବା ଦ୍ରୁତ ବୋଲର କାଗିସୋ ରବାଡ଼ା ମଧ୍ୟ ଖେଳିବେ ନାହିଁ ବୋଲି ଦକ୍ଷିଣ ଆଫ୍ରିକା ସ୍ପଷ୍ଟ କରିଛି। ୧୯୮୩ ମସିହାରୁ ଦିନିକିଆ ଆୟୋଜନ କରି ଆସୁଥିବା ଗୁଆହାଟୀରେ ଏସିଏ କ୍ରିକେଟ୍ ଷ୍ଟାଡିୟମ୍‌ ଏବେ ଟେଷ୍ଟ୍ ପଦାର୍ପଣ କରିବାକୁ ଯାଉଥିବାରୁ ଆୟୋଜକ, କ୍ରିକେଟ୍ ପ୍ରଶଂସକ, ସାମ୍ବାଦିକ ଓ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ‘ଉତ୍ତରପୂର୍ବର ଦ୍ବାର’ ଭାବେ ପରିଚିତ ଗୁଆହାଟୀ ମଧ୍ୟ ଚଳିତ ବର୍ଷ ଆ‌ଇସିସି ଦିନିକିଆ ମହିଳା ବିଶ୍ବକପ୍‌ ମ୍ୟାଚ୍‌ ଆୟୋଜନ କରିଥିଲା। ଆମ ସମୟରେ ଗୁଆହାଟୀ ଏକ ଟେଷ୍ଟ୍ ମ୍ୟାଚ୍‌ ଆୟୋଜନ କରିବ କଳ୍ପନା କରି ହେଉ ନଥିଲା ବୋଲି କହିଛନ୍ତି ପୂର୍ବତନ ଆସାମ କ୍ରିକେଟର୍‌ ବିମଳ ଭାରତୀ।

ଶୃଙ୍ଖଳା ଦୃଷ୍ଟିକୋଣରୁ ଏହି ଟେଷ୍ଟ୍ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ବହନ କରିଛି। ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ୍ ଅଢ଼େଇ ଦିନ ଭିତରେ ଶେଷ ହୋଇଯିବା ଏବଂ ୩୦ ରନ୍‌ରେ ଭାରତ ହାରିଯାଇଥିବାରୁ ୦-୧ରେ ପଛୁଆ ରହିଛି। ଏହା ଦୁଇ ମ୍ୟାଚ୍‌ ବିଶିଷ୍ଟ ହୋଇଥିବାରୁ ଭାରତକୁ ମଧ୍ୟ ମୂଳ‌ପୋଛ ହେବାର ଡର ଘାରିଛି। ବିଜୟୀ ହୋଇ ଶୃଙ୍ଖଳା‌କୁ ଡ୍ର’ ରଖିବା ଭଳି ସମ୍ମାନ ଆଶାରେ ରହିବ ଋଷଭ ପନ୍ତ୍‌ଙ୍କ ଦଳ। ଗିଲ୍‌ଙ୍କ ଅନୁପସ୍ଥିତି କାରଣରୁ ପନ୍ତ୍ ମଧ୍ୟ ଦେଶର ୩୮ତମ ଟେଷ୍ଟ୍ ଅଧିନାୟକର ଗୌରବ ବହନ କରିବେ।

ମଧ୍ୟାହ୍ନରେ ଚା’ ବିରତି
ଉତ୍ତରପୂର୍ବ ଭାରତରେ ଆଗୁଆ ସୂ‌ର୍ଯ୍ୟୋଦୟ କାରଣରୁ ଏହି ଟେଷ୍ଟ୍ ପାରମ୍ପରିକ ସମୟଠାରୁ ଭିନ୍ନ ସୂଚୀରେ ଖେଳାଯିବ। ପ୍ରତ୍ୟେକ ଦିନର ଖେଳ ଅଧଘଣ୍ଟା ଆଗରୁ ଆରମ୍ଭ ହେବ। ଅର୍ଥାତ୍‌ ସକାଳ ୯ରୁ ୧୧ ପର୍ଯ୍ୟନ୍ତ ପ୍ରଥମ ଅଧିବେଶନ ଖେଳାଯିବ। ଏହି ସମୟରେ କିନ୍ତୁ ମଧ୍ୟାହ୍ନ ଭୋଜନ ବିରତି ନୁହେଁ, ୨୦ ମିନିଟ୍‌ ପାଇଁ ଚା’ପାନ ବିରତି (ପୂର୍ବାହ୍ନ ୧୧.୦୦ରୁ ୧୧.୨୦) ହେବ। ଦ୍ବିତୀୟ ଅଧିବେଶନ ଖେଳ ୧୧.୨୦ ମିନିଟ୍‌ରୁ ୧.୨୦ ମିନିଟ୍‌ ପର୍ଯ୍ୟନ୍ତ ଖେଳାଯିବ। ଭୋଜନ ବିରତି ହେବ ଅପରାହ୍ଣ ୧.୨୦ରୁ ୨.୦୦ ପର୍ଯ୍ୟନ୍ତ। ତୃତୀୟ ତଥା ଶେଷ ଅଧି‌ବେଶନ ଖେଳ ଅପରାହ୍ଣ ୨.୦୦ରୁ ୪.୦୦ ପର୍ଯ୍ୟନ୍ତ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe