ଜଲାଲାବାଦ: ଆଇସିସିକୁ ସମାଲୋଚନା କରିବା ପାକିସ୍ତାନୀ ଅଲରାଉଣ୍ଡର ମହମ୍ମଦ ହାଫିଜଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ଏଥିଲାଗି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ୩୭ ବର୍ଷୀୟ ହାଫିଜ ଆଇସିସିର ବେଆଇନ ବୋଲିଂ ଶୈଳୀ ନିୟମକୁ ଖୋଲା ଖୋଲି ଭାବେ ନିନ୍ଦା କରିଥିଲେ। ଯାହାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ସହଜରେ ଗ୍ରହଣ କରିନାହିଁ। ସୂଚନାଯୋଗ୍ୟ ଯେ ହାଫିଜଙ୍କ ବୋଲିଂକୁ ନେଇ ଅମ୍ପାୟାର ଏ ପର୍ଯ୍ୟନ୍ତ ତିନି ଥର ଆପତ୍ତି ଉଠାଇ ସାରିଛନ୍ତି। ଶେଷ ଥର ପାଇଁ ଅକ୍ଟୋବର ୨୦୧୭ରେ ଅମ୍ପାୟାର ତାଙ୍କ ବୋଲିଂ ଶୈଳୀ ନେଇ ସନ୍ଦେହ ପ୍ରକଟ କରିଥିଲେ। ନିଜ ଶୈଳୀରେ ଆବଶ୍ୟକ ସଂଶୋଧନ କରିବା ପରେ ଚଳିତମାସ ପହିଲାରେ ତାଙ୍କୁ ପୁନର୍ବାର ବୋଲିଂ କରିବାର ଅନୁମତି ମିଳିଛି। ହେଲେ ଆଇସିସି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ହଇରାଣ କରୁଛି ବୋଲି ହାଫିଜ କହିଥିଲେ। ଯାହା ତାଙ୍କୁ ସମସ୍ୟାରେ ପକାଇଛି।
ଅଡ଼ୁଆରେ ହାଫିଜ୍
Advertisment
Follow Us