ବିଶ୍ୱକପ୍‌: ଧାଓ୍ଵନଙ୍କ ଅର୍ଦ୍ଧଶତକ, ଭାରତର ବ୍ୟାଟିଂ ଜାରି, ସ୍କୋର ୯୬/୦

Advertisment
ବିଶ୍ୱକପ୍‌: ଧାଓ୍ଵନଙ୍କ ଅର୍ଦ୍ଧଶତକ, ଭାରତର ବ୍ୟାଟିଂ ଜାରି, ସ୍କୋର ୯୬/୦

Cricbuzz

ଲଣ୍ଡନ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ବିଶ୍ୱକପ୍‌ର ୧୪ ତମ ମ୍ୟାଚ୍‌ରେ ଶିଖର ଧାଓ୍ଵନ ରବିବାର ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଧାଓ୍ଵନ ୫୩ଟି ବଲ ଖେଳି ଏହା ହାସଲ କରିଛନ୍ତି। ବିଶ୍ୱକପ-୨୦୧୯ ପାଇଁ ଆୟୋଜିତ ପ୍ରଥମ ୨ଟି ଅଭ୍ୟାସ ମ୍ୟାଚ୍‌ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ରେ ଧାଓ୍ଵନ୍‌ ଭଲ ସ୍କୋର କରି ନଥିଲେ ବି ଲଣ୍ଡନର ଓଭାଲ ଷ୍ଟାଡିୟମ୍‌ରେ ଫର୍ମକୁ ଫେରିଛନ୍ତି। ଭାରତ ୧୮ ଓଭରରେ କୌଣସି ଓ୍ଵିକେଟ ନହରାଇ ୯୬ ରନ୍‌ କରିଛି।

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଆରମ୍ଭରୁ ମନ୍ଥର ଗତିରେ ଖେଳି ଧିରେ ସ୍କୋର ହାରକୁ ବଢ଼ାଇଥିଲେ। ୧୮ ଓଭର ମଧ୍ୟରେ ଅଷ୍ଟ୍ରେଲିଆର ୬ ଜଣ ବୋଲର ବୋଲିଂ କରିଥିଲେ ମଧ୍ୟ ଭାରତୀୟ ଓପନର ଦ୍ୱୟଙ୍କୁ ପଡ଼ିଆରୁ ବିଦାୟ ଦେଇପାରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe