ହାମିଲଟନ୍ ଜିତିଲେ ବେଲଜିଆନ୍ ଗ୍ରାଁ ପ୍ରି

ହାମିଲଟନ୍ ଜିତିଲେ ବେଲଜିଆନ୍ ଗ୍ରାଁ ପ୍ରି

Los Angeles Times

ବ୍ରୁସେଲ୍ସ: ମର୍ସିଡିଜ୍ ଚାଳକ ତଥା ବ୍ରିଟିସ୍ ରେସର୍‌ ଲୁଇସ୍ ହାମିଲଟନ୍ ବେଲଜିଆନ୍ ଗ୍ରାଁ ପ୍ରି ଜିତି ନେଇଛନ୍ତି। ତାଙ୍କ ସାଥୀ ଚାଳକ ଭାଲଟେରି ବୋଟାସ ଦ୍ବିତୀୟ ସ୍ଥାନରେ ରହିବା ପରେ ମର୍ସିଡିଜ୍ ମଧ୍ୟ ଆଉ ଏକ ୱାନ୍-ଟୁ ଫିନିସ୍ ପାଇଛି। ପୋଲ୍ ପୋଜିସନ୍‌ରୁ ରେସ୍ ଆରମ୍ଭ କରିଥିବା ହାମିଲଟନ୍ ବୋଟାସଙ୍କଠାରୁ ୮.୪ ସେକେଣ୍ଡ କମ୍ ସମୟ ନେଇ ରେସ୍ ଶେଷ କରିବା ପରେ ବିଜେତା ଆଖ୍ୟା ଅର୍ଜନ କରିବା ସହ ଚାମ୍ପିଅନସିପ୍ ପଏଣ୍ଟ୍‌ ତାଲିକାରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରି ନେଇଥିଲେ। ରେଡ୍ ବୁଲ୍ ଦଳକୁ କ୍ରମାଗତ ଷଷ୍ଠ ପୋଡିୟମ୍ ଫିନିସ୍ ଦେଇଥିବା ମ୍ୟାକ୍ସ ଭର୍ସଷ୍ଟାପେନ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସ୍ପା-ଫାଙ୍କରଚାମ୍ପ୍ସ ସର୍କିଟ୍‌ରେ ଆୟୋଜିତ ରବିବାରର ଏହି ରେସ୍ ଜିତିବା ପରେ ହାମିଲଟନ୍ (୯୦) ଜର୍ମାନିର ମହାନ ଫର୍ମୁଲାୱାନ୍ ରେସର ମାଇକେଲ୍ ସୁମାକରଙ୍କ ୯୨ ରେସ୍ ବିଜୟଠାରୁ ମାତ୍ର ଦୁଇଟି ବିଜୟ ପଛରେ ରହିଛନ୍ତି। ଏହା ମଧ୍ୟ ଗତ ୭ ରେସ୍ ମଧ୍ୟରେ ତାଙ୍କର ପଞ୍ଚମ ବିଜୟ ଥିଲା। ଚଳିତ ଋତୁର ମୋଟ ୧୭ ରେସ୍ ମଧ୍ୟରୁ ୧୦ ରେସ୍ ପରେ ୧୫୭ ପଏଣ୍ଟ୍‌ ପାଇ ହାମିଲଟନ୍ ଶୀର୍ଷରେ ଦୃଢ଼ ରହିଛନ୍ତି। ବୋଟାସ (୧୧୦) ଦ୍ବିତୀୟ ଓ ଭର୍ସଷ୍ଟାପେନ୍ (୧୦୭) ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe