ହମ୍ପିଙ୍କୁ ପ୍ରଥମ ବିଶ୍ବ ମୁକୁଟ: ରୁଷିଆରେ ଜିତିଲେ ମହିଳା ରାପିଡ୍‌ ଟ୍ରଫି

Advertisment
ହମ୍ପିଙ୍କୁ ପ୍ରଥମ ବିଶ୍ବ ମୁକୁଟ: ରୁଷିଆରେ ଜିତିଲେ ମହିଳା ରାପିଡ୍‌ ଟ୍ରଫି

ଲୁଧିଆନା: ଭାରତୀୟ ଚେସ୍‌ ଗ୍ରାଣ୍ଡ୍‌ ମାଷ୍ଟର କୋନେରୁ ହମ୍ପି ନୂଆ ମହିଳା ବିଶ୍ବ ରାପିଡ୍‌ ‌ବିଜୟିନୀ ହୋଇଛନ୍ତି। ରୁଷିଆରେ ଚାଲିଥିବା କିଙ୍ଗ୍‌ ସଲ୍‌ମନ ବିଶ୍ବ ରାପିଡ୍‌ ଚେସ୍‌ ପ୍ରତିଯୋଗିତାରେ ସେ ଏହି ଟ୍ରଫି ଜିତିଛନ୍ତି। ଏହା ହମ୍ପିଙ୍କ ପାଇଁ ପ୍ରଥମ ବିଶ୍ବ ମୁକୁଟ। ଶନିବାର ମସ୍କୋରେ ଶେଷ ହୋଇଥିବା ଏହି ପ୍ରତିଯୋଗିତାର ଦ୍ବାଦଶ ତଥା ଅନ୍ତିମ ରାଉଣ୍ଡ୍‌ରେ ଚୀନ୍‌ ପ୍ରତିଦ୍ବନ୍ଦ୍ବୀ ଲି ଟିଙ୍ଗ୍‌ଜିଙ୍କ ସହ ପଏଣ୍ଟ୍‌ ବାଣ୍ଟିବା ପରେ ହମ୍ପି ମୋଟ ୯ ପଏଣ୍ଟ୍‌ ସହ ବିଜେତା ଆଖ୍ୟା ହାତେଇଥିଲେ। ଏହା ମୋର ପ୍ରଥମ ବିଶ୍ବ ଟ୍ରଫି। ଏଥିପାଇଁ ଖୁବ୍‌ ଖୁସୀ ବୋଲି କହିଛନ୍ତି ହମ୍ପି। ଅନ୍ୟପକ୍ଷରେ ଏହି ପ୍ରତିଯୋଗିତାର ଓପନ୍‌ ବର୍ଗରେ ବିଜେତା ହୋଇ ମାଗ୍‌ନସ୍‌ କାର୍ଲସେନ୍‌ ତାଙ୍କର ତୃତୀୟ ବିଶ୍ବ ଟ୍ରଫି କରାୟତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe