କୋଚି: ଚେନ୍ନାଇନ୍ ଏଫ୍ସିର ଆଇଏସ୍ଏଲ୍ ସେମିଫାଇନାଲ୍ ଖେଳିବା ଆଶା ଝୁଲିଲା। ୨୮ ପଏଣ୍ଟ୍ ସହ ତାଲିକାର ତୃତୀୟ ସ୍ଥାନରେ ଥିବା ଏହି ଦଳ ଶୁକ୍ରବାର କେରଳ ବ୍ଲାଷ୍ଟର୍ସ ବିପକ୍ଷ ମ୍ୟାଚ୍ ଜିତି ସେମିଫାଇନାଲ୍ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଥିଲା। ହେଲେ କେରଳ ଦଳ ନିଜ ଘରୋଇ ପଡ଼ିଆରେ ଚେନ୍ନାଇନ୍କୁ ବାଟ ଛାଡ଼ିନଥିଲା। ମ୍ୟାଚ୍ ଗୋଲ୍ ଶୂନ୍ୟ ଭାବେ ଶେଷ ହୋଇଥିଲା। ଫଳରେ ଉଭୟ ଦଳ ୧-୧ ପଏଣ୍ଟ୍ ବାଣ୍ଟି ନେଇଥିଲେ। ଏବେ ଚେନ୍ନାଇନ୍କୁ ମାର୍ଚ ୩ ତାରିଖରେ ଖେଳାଯିବାକୁ ଥିବା ମୁମ୍ବାଇ ସିଟି ଏଫ୍ସି ବିପକ୍ଷ ମ୍ୟାଚ୍ର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିଛି। ଚେନ୍ନାଇନ୍ ୨୯ ପଏଣ୍ଟ୍ ସହ ପୂର୍ବପରି ତାଲିକାର ତୃତୀୟରେ ଏବଂ କେରଳ ୨୫ ପଏଣ୍ଟ୍ ସହ ପଞ୍ଚମ ସ୍ଥାନରେ ରହିଛି।
ଚେନ୍ନାଇନ୍ର ସେମି ଆଶା ଝୁଲିଲା
Advertisment
Follow Us