କୋଭିଡ୍‌-୧୯ ସଙ୍କଟ ଯୋଗୁଁ ୨୦୨୩ ଯାଏଁ ସ୍ଥଗିତ ରହିଲା ହାଙ୍ଗ୍‌ଜୋଉ ଏସୀୟ କ୍ରୀଡ଼ା

Advertisment
କୋଭିଡ୍‌-୧୯ ସଙ୍କଟ ଯୋଗୁଁ ୨୦୨୩ ଯାଏଁ ସ୍ଥଗିତ ରହିଲା ହାଙ୍ଗ୍‌ଜୋଉ ଏସୀୟ କ୍ରୀଡ଼ା

Image Courtesy of India Today

ନୂଆଦିଲ୍ଲୀ: ‌ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଚୀନା ନଗରୀ ହାଙ୍ଗ୍‌ଜୋଉରେ ହେବାକୁ ଥିବା ‘ଏସୀୟ କ୍ରୀଡ଼ା ୨୦୨୨’କୁ କୋଭିଡ୍‌-୧୯ ମହାମାରୀ କାରଣରୁ ୨୦୨୩ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା କଥା ଆଜି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ କହିଛି।

ଚଳିତ ବର୍ଷ ପ୍ରାରମ୍ଭରେ ବେଜିଙ୍ଗ୍‌ରେ ଚୀନ୍‌ ଶୀତକାଳୀନ ଅଲିମ୍ପି୍‌ ଆୟୋଜନ କରିବାରେ ସଫଳ ହୋଇଥିଲେ ବି ଏସୀୟ କ୍ରୀଡ଼ା ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି। ସୂଚନାଯୋଗ୍ୟ, ୨୦୨୨ ଫେବ୍ରୁଆରି କଠୋର କୋଭିଡ୍‌-୧୯ ପ୍ରୋଟୋକଲ୍‌ ଜାରି କରାଯାଇ ରୁଦ୍ଧଦ୍ବାର ଭିତରେ କ୍ରୀଡ଼ା ପ୍ରଦର୍ଶନ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, କୋଭିଡ୍‌ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ ଏଭଳି ବହୁଦେଶୀୟ କ୍ରୀଡ଼ା ଆୟୋଜନ କରିବା ନିମନ୍ତେ ଚୀନ୍‌ର ପ୍ରସ୍ତୁତି ଏବଂ ସେଠାକାର ପରିସ୍ଥିତିକୁ ସମୀକ୍ଷା କରିବା ପରେ ଯାଇ ‘ଏସୀୟ କ୍ରୀଡ଼ା’ରେ ଭାରତ ଭାଗ ନେବ କି, ନାହିଁ ବିଚାର କରାଯିବ ବୋଲି ଗତ ମାସରେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ।

publive-image Image Courtesy of The Indian Express

ସେ ଆହୁରି ମଧ୍ୟ କହିଥିଲେ ଯେ, ବାକି ସବୁ ଅଂଶ ଗ୍ରହଣକାରୀ ଦେଶ ମଧ୍ୟ ଏ କଥା ଆଲୋଚନା କରୁଛନ୍ତି। କିଛି ଦିନ ପରେ ଭାରତ ମଧ୍ୟ ନିଷ୍ପତ୍ତି ଗ୍ରହଣ କରିବ। କିନ୍ତୁ, ଏହା ପୂର୍ବରୁ, କ’ଣ ବିଚାର କରୁଛନ୍ତି ଏବଂ ତେକେ ମାତ୍ରାରେ ପ୍ରସ୍ତୁତି କରିଛନ୍ତି ବୋଲି ଆୟୋଜକ ରାଷ୍ଟ୍ର ସ୍ପଷ୍ଟ କରିବା ଉଚିତ।

୨୦୨୦ରେ ମହାମାରୀ ଯୋଗୁଁ ଏସୀୟ କ୍ରିଡ଼ାକୁ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

ସ୍ମରଣଯୋଗ୍ୟ, ଜାକର୍ତା ଏବଂ ପାଲେମ୍‌ବାଙ୍ଗ୍‌ରେ ଏସୀୟ କ୍ରୀଡ଼ାର ୨୦୧୮ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୫ଟି ସ୍ବର୍ଣ୍ଣପଦକ ସମେତ ୬୯ଟି ପଦକ ଜିଣି ଭାରତ ୮ ସ୍ଥାନରେ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe