indiatoday
ନୂଆଦିଲ୍ଳୀ: ଆଜି କ୍ରିକେଟ୍ ଦୁନିଆର ଈଶ୍ବର କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ। ସେ ୨୦୨୧ ମସିହା ଏପ୍ରିଲ୍ ୨୪ ତାରିଖରେ ୪୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସଚିନ ୧୯୭୩ ମସିହା ଆଜିର ଦିିନରେ ମୁମ୍ବାଇର ଏକ ମହାରାଷ୍ଟ୍ରୀ ପରିବାରରେ ଜନ୍ମଗ୍ରହଣ କରିଥିଲେ।
ସଚିନ ତେନ୍ଦୁଲକର ନିକଟରେ ମହାମାରୀ କରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇ ଆରୋଗ୍ୟ ଲାଭ କରିଛନ୍ତି। ଗତବର୍ଷ ସେ ସମ୍ମୁଖ କରୋନା ଯୋଦ୍ଧାମାନଙ୍କ ସମ୍ମାନରେ ନିଜ ଜନ୍ମଦିନ ପାଳନ କରିନଥିଲେ। ଏବର୍ଷ ବି ସେ କରୋନା ପାଇଁ ନିଜର ଜନ୍ମଦିନ ପାଳନ କରିନାହାନ୍ତି।
ସଚିନଙ୍କ ପୂରା ନାମ ହେଉଛି ସଚିନ ରମେଶ ତେନ୍ଦୁଲକର। ସଚିନଙ୍କୁ ତାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକମାନେ ସୋସିଆଲ୍ ମିଡିଆରେ ଶୁଭେଚ୍ଛାର ବାର୍ତ୍ତା ଦେବାରେ ଲାଗିଛନ୍ତି।
ଉଲ୍ଲେଖଯୋଗ୍ୟ, ୧୬ ବର୍ଷ ବୟସରେ ସଚିନ ପାକିସ୍ତାନ ବିରୋଧରେ ଏକ ମ୍ୟାଚ୍ ଖେଳି ତାଙ୍କ କ୍ରିକେଟ୍ କ୍ୟାରିୟର୍ର ଡେବ୍ୟୁ କରିଥିଲେ। ୨୦୦ ଟେଷ୍ଟ୍ ମ୍ୟାଚ୍, ୧୦୦ ଅନ୍ତର୍ଜାତୀୟ ଶତକ, ୩୪୩୭ ଅନ୍ତର୍ଜାତୀୟ ରନ୍ କରି ରେକର୍ଡ ସୃଷ୍ଟି କରିଛନ୍ତି ସେ। ତାଙ୍କୁ ଦେଶ ଓ ଦେଶ ବାହାରର ପ୍ରଶଂସକମାନେ ‘ଗଡ୍ ଅଫ୍ କ୍ରିକେଟ୍’ ତଥା କ୍ରିକେଟ୍ ଦୁନିଆର ଈଶ୍ବର ବୋଲି ସମ୍ବୋଧନ କରିଥାନ୍ତି।
Follow Us