କୋହଲିଙ୍କ ସହ ପ୍ରଥମ ଭେଟକୁ ମନେପକାଇଲେ ହରଭଜନ

Advertisment

‘ଜୟସୁରିୟାଙ୍କ ବଲ୍‌କୁ ଆଗକୁ ଆସି ଛକା ମାରିଥିଲେ କୋହଲି’

‘ଜୟସୁରିୟାଙ୍କ ବଲ୍‌କୁ ଆଗକୁ ଆସି ଛକା ମାରିଥିଲେ କୋହଲି’

କୋହଲିଙ୍କ ସହ ପ୍ରଥମ ଭେଟକୁ ମନେପକାଇଲେ ହରଭଜନ

The Financial Express

ନୂଆଦିଲ୍ଲୀ: ବର୍ତ୍ତମାନ ବିରାଟ କୋହଲିଙ୍କୁ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣାଯାଉଛି। ଏହି ବ୍ୟାଟ୍ସମ୍ୟାନ ଅନେକ ମାଇଲ୍‌ଖୁଣ୍ଟ ଅତିକ୍ରମ କରିସାରିଲେଣି ଏବଂ ତାଙ୍କର ଅବସର ପୂର୍ବରୁ ସେ ଆହୁରି ଅନେକ ମାଇଲ୍‌ଖୁଣ୍ଟ ପ୍ରତିଷ୍ଠା କରିବେ ବୋଲି କ୍ରିକେଟ ପଣ୍ଡିତମାନେ ମତ ଦେଇଆସୁଛନ୍ତି। ନିକଟରେ ବିରାଟ କୋହଲିଙ୍କ ସହ ହୋଇଥିବା ପ୍ରଥମ ଭେଟ ସମୟର କିଛି କଥାକୁ ମନେ ପକାଇଛନ୍ତି ଭେଟେରାନ୍‌ ସ୍ପିନର ହରଭଜନ ସିଂହ। ୨୦୦୮ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ କୋହଲି ଶ୍ରୀଲଙ୍କାର ସନଥ ଜୟସୁରିୟାଙ୍କୁ ଏକ ଛକା ମାରିଥିବା ଘଟଣା ବିଷୟରେ ହରଭଜନ ବର୍ଣ୍ଣନା କରିଛନ୍ତି। ଆଇପିଏଲ୍‌ ନିଲାମ ପୂର୍ବରୁ ସେ ବିରାଟ କୋହଲିଙ୍କ ବିଷୟରେ ଲାଲଚାନ୍ଦ ରାଜପୁତଙ୍କଠୁ ଜାଣିଥିଲେ। ଆଇପିଏଲ୍‌ରେ ହରଭଜନ ମୁମ୍ବାଇର ଅଧିନାୟକ ଥିଲେ ଓ ସଚିନ ତେନ୍ଦୁଲକର ବାହାରେ ବସିଥିଲେ। ମ୍ୟାଚ୍‌ରେ ଜୟସୁରିୟାଙ୍କ ବଲ୍‌କୁ କୋହଲି ଆଗକୁ ଆସି ଛକା ମାରିଥିଲେ। ଜୟସୁରିୟାଙ୍କ ଭଳି ଜଣେ ମହାନ ଖେଳାଳି ତାଙ୍କୁ ବୋଲିଂ କରୁଥିଲେ ବି କୋହଲିଙ୍କ ପାଖରେ କୌଣସି ଭୟ ଦେଖାଯାଇନଥିଲା। ତେଣୁ ତାଙ୍କ ପାଖରେ ଦେଶର ଭବିଷ୍ୟତ ଖେଳାଳି ରହିଥିବା ଦେଖାଯାଇଥିଲା ବୋଲି ହରଭଜନ ଏକ ସାକ୍ଷାତକାରରେ କହିଛନ୍ତି। ସେହିପରି ଇର୍ଫାନ ପଠାନ୍‌ ମଧ୍ୟ କୋହଲିଙ୍କର ପ୍ରଶଂସା କରିଥିଲା ବେଳେ ପଡ଼ିଆ ଭିତରେ ଓ ବାହାରେ ସେ ସବୁକିଛିର ମଜା ଉଠାଉଥିବା କହିଛନ୍ତି। ହେଲେ କେବେ କ୍ରିକେଟକୁ ଏଡ଼ାଇ ଦେଇନାହାନ୍ତି। ତାଙ୍କର ସବୁ ଧ୍ୟାନ କ୍ରିକେଟ ଉପରେ ରହୁଥିଲା। ଯେଉଁଥିପାଇଁ ସେ ଏବେ ‌ବିଶ୍ବର ଶ୍ରେଷ୍ଠ କ୍ରିକେଟର ହୋଇପାରିଥିବା ପଠାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe