WorldCup is possible without Pakistan Photograph: (sambad.in)
ଚଣ୍ଡିଗଡ଼: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ ନିଷ୍ପତ୍ତିରୁ ୟୁଟର୍ଣ୍ଣ ନେବା ପରେ ପାକିସ୍ତାନ ଏବେ ଏକ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହେଉଛି। ସବୁ ମହଲରେ ପାକିସ୍ତାନର ଦୋମୁହାଁ ନୀତିର ଚର୍ଚ୍ଚା ଚାଲିଛି। ପାକିସ୍ତାନକୁ କଡ଼ା ସମାଲୋଚନା କରି ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ କହିଛନ୍ତି ଯେ ସେମାନେ ୟୁ-ଟର୍ଣ୍ଣ କରିବେ ବୋଲି ପୂର୍ବରୁ ହିଁ ଜଣାଥିଲା। ଏହି ପ୍ରତିଯୋଗିତାର ବାସ୍ତବିକତା ସଂପର୍କରେ ହୃଦ୍ବୋଧ ହେବା ପରେ ପାକିସ୍ତାନ ନିଜ ମତ ବଦଳାଇବାକୁ ବାଧ୍ୟ ହେଲା।
ବିଳମ୍ବରେ ହେଉ ପଛେ ପାକିସ୍ତାନ ବୁଝିଲା
ସେ କହିଛନ୍ତି ଯେ ବିଳମ୍ବରେ ହେଉ ପଛେ ପାକିସ୍ତାନ ବୁଝିଲା ଯେ ବିଶ୍ବକପ୍ ସେମାନଙ୍କ ବିନା ହୋଇପାରିବ, କିନ୍ତୁ ଭାରତ ବିନା ନୁହେଁ। ସେମାନେ ପୂର୍ବରୁ ଅନେକ ପ୍ରକାରର ବାହାନା ଦେଖଉଥିଲେ, ଯେ ବାଂଲାଦେଶକୁ ସମର୍ଥନ କରିବା ପାଇଁ ଏପରି କରାଯାଉଛି। କିନ୍ତୁ ଏହା ମୂଳରୁ ହିଁ ଜଣାଥିଲା ଯେ ସେମାନେ ୟୁ-ଟର୍ଣ୍ଣ ନେବେ। କାରଣ ଏହା ସହିତ ବିପୁଳ ଆର୍ଥିକ କ୍ଷତି ଜଡ଼ିତ ଥିଲା। ଯେତେବେଳେ ଅର୍ଥ କଥା ଉଠେ ସେମାନେ ନିଶ୍ଚିତ ଖେଳିବାକୁ କାକୁତି ମିନତି କରିବେ ଏହା ଆଗରୁ ଜଣାଥିଲା।
ଆଇସିସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା
ପାକିସ୍ତାନକୁ ସମାଲୋଚନା କରି ସେ କହିଛନ୍ତି ଯେ ଯଦି ସେମାନେ ସତରେ ମ୍ୟାଚ୍ ବର୍ଜନ କରିଥାନ୍ତେ ତେବେ ଆଇସିସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା। ଏସବୁ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ରହିଛି ଆର୍ଥିକ ଦଣ୍ଡ ଓ ଶୃଙ୍ଖ​ଳାଗତ କାର୍ଯ୍ୟାନୁଷ୍ଠାନ। ଭବିଷ୍ୟତରେ ପାକିସ୍ତାନରେ ହେବାକୁ ଥିବା ଆଇସିସି ପ୍ରତିଯୋଗିତାର ଆୟୋଜନ ଦାୟିତ୍ବ ପ୍ରତ୍ୟାହାର କରାଯାଇଥାନ୍ତା। ଏପରିକି ଆଇସିସି ସେମାନଙ୍କ ଉପରେ ବାସନ୍ଦ ମଧ୍ୟ ଲଗାଇଥାନ୍ତା। ଏସବୁ ଭୟରେ ସେମାନେ ଖେଳିବାକୁ ବାଧ୍ୟ ହେଲେ ବୋଲି ହରଭଜନ କହିଛନ୍ତି।
ଆହୁରି ପଢ଼ନ୍ତୁ: Vande Mataram: ବନ୍ଦେ ମାତରମ୍ ୬୫ ସେକେଣ୍ଡ ବଦଳରେ ୩ ମିନିଟ୍ ୧୦ ସେକେଣ୍ଡର ହେବ, ଜାତୀୟ ସଙ୍ଗୀତ ପରି ଦେବାକୁ ପଡିବ ସମ୍ମାନ
Follow Us