ଆଜିକାଲି କ’ଣ ଧୂମପାନ କରୁଛନ୍ତି..; ଧୋନିଙ୍କ ସହ ରିଜୱାନଙ୍କୁ ତୁଳନା କରିବାରୁ ପାକ୍ ସାମ୍ବାଦିକଙ୍କୁ ଏଭଳି କହିଲେ ହରଭଜନ

Advertisment
ଆଜିକାଲି କ’ଣ ଧୂମପାନ କରୁଛନ୍ତି..; ଧୋନିଙ୍କ ସହ ରିଜୱାନଙ୍କୁ ତୁଳନା କରିବାରୁ ପାକ୍ ସାମ୍ବାଦିକଙ୍କୁ ଏଭଳି କହିଲେ ହରଭଜନ

ନୂଆଦିଲ୍ଲୀ: ଆଜିକାଲି କ’ଣ ଧୂମପାନ କରୁଛନ୍ତି। ଭାରତର ଷ୍ଟାର କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ସହ ପାକ୍ କ୍ରିକେଟର ମହମ୍ମଦ ରିଜୱାନଙ୍କୁ ତୁଳନା କରିବାରୁ ପାକ୍ ସାମ୍ବାଦିକଙ୍କୁ ଏଭଳି କହିଲେ ହରଭଜନ ସିଂହ। ନିକଟରେ ପାକିସ୍ତାନୀ କ୍ରୀଡ଼ା ସାମ୍ବାଦିକ ଫରିଦ ଖାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ପଚାରିଥିଲେ ଯେ ଏମଏସ ଧୋନି ଏବଂ ମହମ୍ମଦ ରିଜୱାନଙ୍କ ମଧ୍ୟରେ କେଉଁ ଖେଳାଳି ଭଲ? ମୋତେ ସଚ୍ଚୋଟ ଭାବେ ଉତ୍ତର ଦିଅ। ପାକିସ୍ତାନୀ କ୍ରିକେଟ୍ ପ୍ରେମୀମାନେ ଏହି ପ୍ରଶ୍ନକୁ ବହୁତ ପସନ୍ଦ କରିଥିଲେ ବି ଭାରତୀୟ ଦଳର ପୂର୍ବତନ ବରିଷ୍ଠ ସ୍ପିନର ହରଭଜନ ସିଂ ଏହାକୁ ଆଦୌ ପସନ୍ଦ କରିନଥିଲେ ଏବଂ ସେ ପାକିସ୍ତାନୀ ସାମ୍ବାଦିକଙ୍କୁ ସୋସିଆଲ ମିଡିଆରେ କଡ଼ା ଜବାବ ଦେଇଥିଲେ।

ସୋସିଆଲ ମିଡିଆରେ ଫରିଦ ଖାନ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ୪୪ ବର୍ଷିୟ ହରଭଜନ ସିଂ ଲେଖିଥିଲେ, ଆପଣ ଆଜିକାଲି କ’ଣ ଧୂମପାନ କରୁଛ? ଏ କ’ଣ ମୂର୍ଖଙ୍କ ଭଳି ପ୍ରଶ୍ନ ପଚାରିଛ। ମୋର ଭାଇମାନେ, ଫରିଦଙ୍କୁ କୁହ ଯେ ଧୋନି, ରିଜୱାନଙ୍କଠାରୁ ବହୁତ ଆଗରେ ଅଛନ୍ତି। ରିଜୱାନଙ୍କୁ ମଧ୍ୟ ଏହି ପ୍ରଶ୍ନ କଲେ ସେ ସଚ୍ଚୋଟତାର ସହ ଉତ୍ତର ଦେବେ। ମୁଁ ରିଜୱାନଙ୍କୁ ପସନ୍ଦ କରେ। ସେ ଜଣେ ଭଲ ଖେଳାଳି ଏବଂ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛନ୍ତି। ତେବେ ଧୋନିଙ୍କ ସହ ତୁଳନା କରିବା ଭୁଲ ଅଟେ। ଆଜି ବି ସେ କ୍ରିକେଟ୍ ଦୁନିଆର ଏକ ନମ୍ବର ଖେଳାଳି। ୱିକେଟକିପିଂ ଦୃଷ୍ଟିରୁ ତାଙ୍କଠାରୁ ଭଲ କେହି ନାହାଁନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe