ଧୋନି ମୋ ସହ କଥା ହୁଅନ୍ତି ନାହିଁ, ମୁଁ ବି କଥା ହେବାକୁ ଚେଷ୍ଟା କରେ ନାହିଁ

ଆଜି କି ୧୦ବର୍ଷ ହୋଇଯିବ ମୁଁ ଧୋନିଙ୍କ ସହ କଥା ହୋଇନାହିଁ। ଏହା ପଛରେ ମୋର କୌଣସି ବି କାରଣ ନାହିଁ। ‌ହୋଇପାରେ ତାଙ୍କ ପାଖରେ ଏହାର କାରଣ ଥାଇପାରେ:ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ

ଦପନଦ


ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ମହେନ୍ଦ୍ର ସିଂଙ୍କୁ ନେଇ ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। 

ହରଭଜନ କହିଛନ୍ତି,‘ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ  ସହିତ ମୁଁ କଥା ହୁଏ ନାହିଁ।  ମୁଁ କେବଳ ସେହି ଲୋକଙ୍କୁ ଫୋନ କରିଥାଏ ‌ଯେଉଁମାନେ ମୋର ଫୋନ ଉଠାଇଥାଆନ୍ତି। ମୋ ସହିତ କଥା ହୋଇଥାଆନ୍ତି। 

ଆଜି କି ୧୦ବର୍ଷ ହୋଇଯିବ ମୁଁ ଧୋନିଙ୍କ ସହ କଥା ହୋଇନାହିଁ। ଏହା ପଛରେ ମୋର କୌଣସି ବି କାରଣ ନାହିଁ। ‌ହୋଇପାରେ ତାଙ୍କ ପାଖରେ ଏହାର କାରଣ ଥାଇପାରେ।

ଆଇପିଏଲରେ ସିଏସକେ ଖେଳୁଥିବା ସମୟରେ ଧୋନିଙ୍କ ସହ କଥା ହୋଇଥିଲି। ତାହା ପୁଣି ଖେଳ ପଡ଼ିଆରେ ଯେତିକି ଆବଶ୍ୟକ ସେତିକି।  ଏହାପରେ ସେ ମୋ ସହିତ କିଛି କଥା ହୁଅନ୍ତୁ ନାହିଁ କି ମୁଁ ବି ଚେଷ୍ଟା କରେ ନାହିଁ କଥା ହେବାକୁ।
ମୋ ମନରେ ତାଙ୍କ ପାଇଁ କିଛି ଅଭିଯୋଗ ନାହିଁ। ତାଙ୍କୁ ଯଦି ମୋତେ ନେଇ କୌଣସି ଅସୁବିଧା ଅଛି ସେ ମୋତେ ଜଣାଇ ପାରିବେ।’

ହରଭଜନ ଓ ଏମଏସ ଧୋନି ୨୦୦୭ ଟି-୨୦ ବିଶ୍ବକପ ଓ ୨୦୧୧ରେ ୱାନଡେ ୱାଲର୍ଡ କପ  ଜିତିଥିବା ଭାରତୀୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ। ହରଭଜନ ଓ ଧୋନି ଏକାଠି ଶେଷଥର ପାଇଁ ୨୦୨୫ରେ ସାଉଥ ଆଫ୍ରିକା ବିପକ୍ଷରେ ଖେଳା ଯାଇଥିବା ୱାନଡେରେ ଭାରତର ପ୍ରତିନିଧିତ୍ବ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe