ହାର୍ଦିକ୍‌ ବୋଲିଂ ନକରିବା ପର୍ଯ୍ୟନ୍ତ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ଅନୁଚିତ: ଶରନଦୀପ

Advertisment
ଠକେଇ ଅଭିଯୋଗରେ ଗିରଫ ହେଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମ୍ପର୍କୀୟ ଭାଇ

myKhel

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ଦଳରୁ ହାର୍ଦିକ୍‌ ପାଣ୍ଡ୍ୟାଙ୍କୁ ବାଦ ଦିଆଯାଇଛି। ଏବର ମନୋନୟନ କମିଟିର ଏହି ନି‌ଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି ପୂର୍ବତନ ଭାରତୀୟ ଚୟନକର୍ତା ଶରନଦୀପ ସିଂହ। ତାଙ୍କ କହିବା କଥା ହେଲା ଯଦି ହାର୍ଦିକ୍‌ ପାଣ୍ଡ୍ୟା ନିଜର ବୋଲିଂ କୋଟା ପୂରଣ କରିପାରିବେନି ତାହାଲେ କେବଳ ଟେଷ୍ଟ୍‌ କାହିଁକି ସେ ସୀମିତ ଓଭର (ଦିନିକିଆ ଓ ଟି-୨୦)ରେ ମଧ୍ୟ ଚୂଡାନ୍ତ ଏକାଦଶରେ ଖେଳିବା ଉଚିତ ନୁହେଁ। ୨୦୧୯ରେ ପିଠିରେ ଅସ୍ତ୍ରୋପଚାର ପରଠୁ ହାର୍ଦିକ୍‌ ଦଳକୁ ଫେରି‌ଥିଲେ ମଧ୍ୟ ନିୟମିତ ଭାବେ ବୋଲିଂ କରୁନାହାନ୍ତି। ଫଳରେ ସେ ତାଙ୍କର ଅଲ୍‌ରାଉଣ୍ଡ୍‌ ସାମର୍ଥ୍ୟ ହରାଇଛନ୍ତି। ଯେଉଁଥିପାଇଁ ଭାରତୀୟ ଟେଷ୍ଟ୍‌ ଦଳର ଇଂଲଣ୍ଡ ଗସ୍ତରୁ ବାଦ୍‌ ପଡ଼ିଛନ୍ତି।

ଅନ୍ୟପକ୍ଷରେ ପୃଥ୍ବୀ ସ’ଙ୍କ ଭଳି କ୍ବଚିତ ସାମର୍ଥ୍ୟପୂର୍ଣ୍ଣ ଖେଳାଳିଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଷ୍ଟାଣ୍ଡ୍‌ବାଇ ନରଖିବାକୁ ନେଇ ଚଳିତ ବର୍ଷ ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ପରେ କାର୍ଯ୍ୟକାଳ ଶେଷ କରିଥିବା ଶରନଦୀପ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ହାର୍ଦିକ୍‌ଙ୍କୁ ଟେଷ୍ଟ୍‌ ଦଳରୁ ଉପେକ୍ଷା କରିବା ଠିକ୍‌ ଥିଲା। ଏହା ମଧ୍ୟ ବୁଝାପଡୁଛି। କାରଣ ସେ ଦିନିକିଆରେ ୧୦ ଓଭର ଏବଂ ଟି-୨୦ରେ ୪ ଓଭର ବୋଲିଂ କରିପାରୁନଥିଲା ବେଳେ ଟେଷ୍ଟ୍‌ରେ କ’ଣ କରିବେ। ତେଣୁ ସେ ପୂରା କୋଟା ବୋଲିଂ କରିବାରେ ଫିଟ୍‌ ରହିପାରିଲେ ହିଁ ଚୂଡାନ୍ତ ଏକାଦଶରେ ସାମିଲ ହେବା କଥା। ସେ ଏବେ କେବଳ ଜଣେ ବ୍ୟାଟ୍‌ସମ୍ୟାନ୍‌ ଭାବେ ଖେଳିପାରିବେନି ବୋଲି ଶରନଦୀପ କହିଛନ୍ତି। ଯଦି ହାର୍ଦିକ୍‌ ବୋଲିଂ କରିପାରିବେନି ତାହାଲେ ତାଙ୍କୁ ନେଇ ଦଳୀୟ ସନ୍ତୁଳନ ବିଗିଡ଼ିଯିବ। ତୁମେ ଜଣେ ଅତିରିକ୍ତ ବୋଲରଙ୍କୁ ଖେଳାଇଲେ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳି ବଞ୍ଚିତ ହେଉଛନ୍ତି। ପୁଣି ଆମେ ଦେଖିଛେ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଆମେ ୫ ଜଣିଆ ବୋଲିଂ ବିକଳ୍ପକୁ ନେଇ ଖେଳିପାରିବାନି। ଅନ୍ୟପକ୍ଷରେ ହାର୍ଦିକ୍‌ଙ୍କ ବ୍ୟତୀତ ଦଳରେ ୱାସିଂଟନ୍‌ ସୁନ୍ଦର, ଅକ୍ଷର ପଟେଲ, ରବୀନ୍ଦ୍ର ଜାଦେଜାଙ୍କ ଭଳି ଅଲ୍‌ରାଉଣ୍ଡ ବିଳକ୍ପ ରହିଛନ୍ତି। ଶାର୍ଦୁଲ ଠାକୁର ମଧ୍ୟ ଜଣେ ଅଲ୍‌ରାଉଣ୍ଡର ହୋଇପାରିବେ। ଯାହାକି ସେ ପ୍ରମାଣିତ କରିସାରିଛନ୍ତି। ତେଣୁ ଯଦି ହାର୍ଦିକ୍‌ ବୋଲିଂ ନକରନ୍ତି, ତାହାଲେ ଚୂଡାନ୍ତ ଏକାଦଶରେ ଏହିମାନେ ତାଙ୍କର କାର୍ଯ୍ୟ କରିପାରିବେ ବୋଲି କହିଛନ୍ତି ଶରନଦୀପ।

ସେହିପରି ପୃଥ୍ବୀ ସ’ଙ୍କୁ ବାଦ୍‌ ଦେବା ଆଶ୍ଚର୍ଯ୍ୟର କଥା। ବୀରେନ୍ଦ୍ର ସେହବାଗ୍‌ ଅତୀତରେ ଭାରତ ପାଇଁ ଯାହା କରୁଥିଲେ ଏବେ ସ’ଙ୍କ ନିକଟରେ ସେଭଳି ଦକ୍ଷତା ଭରିରହିଛି। ତାଙ୍କ କ୍ୟାରିୟରର ପ୍ରାରମ୍ଭରୁ ତାଙ୍କୁ ଉପେକ୍ଷା କରିବା ଉଚିତ ନୁହେଁ। ଗତ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍‌ ପଡ଼ିବାଠାରୁ ଘରୋଇ କ୍ରିକେଟ୍‌ରେ ସେ ପ୍ରଚୁର ରନ୍‌ କରୁଛନ୍ତି। ସେ ତାଙ୍କ ବ୍ୟାଟିଂ ଟେକ୍‌ନିକ୍‌କୁ ସଜାଡ଼ିଛନ୍ତି ଏବଂ ଆଇପିଏଲ୍‌ରେ ଏହାର ପ୍ରମାଣ ଛାଡ଼ିଛନ୍ତି। ତାଙ୍କୁ ଅଣଦେଖା କରିବାକୁ ଶରନଦୀପ ନାପସନ୍ଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe