ବାପା ହେବାକୁ ଯାଉଛନ୍ତି ପାଣ୍ଡ୍ୟା

Advertisment
ବାପା ହେବାକୁ ଯାଉଛନ୍ତି ପାଣ୍ଡ୍ୟା

Hindustan Times

ଭୋଦଦରା : ନୂଆବର୍ଷର ଠିକ୍ ପୂର୍ବଦିନ ଅଚାନକ ନିଜ ନିର୍ବନ୍ଧ ଖବର ଦେଇ ପ୍ରଶଂସକଙ୍କୁ ଚକିତ କରି ଦେଇଥିଲେ ଭାରତୀୟ କ୍ରିକେଟ୍ ଦଳର ରସିକିଆ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା। ସର୍ବିୟ ଅଭିନେତ୍ରୀ ନତାଶା ଷ୍ଟଙ୍କୋଭିକଙ୍କ ସହ ନିର୍ବନ୍ଧ କରି ନେଇଥିବା ଖବର ପାଣ୍ଡ୍ୟା ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିବା ପରେ ତାଙ୍କ ମହିଳା ପ୍ରଶଂସକ ହିଁ ସବୁଠାରୁ ଅଧିକ ନିରାଶ ହୋଇଥିଲେ। ଏବେ ସେହି ସାମାଜିକ ଗଣମାଧ୍ୟମରେ ଆଉ ଏକ ବାଉନ୍ସର ଛାଡ଼ିଛନ୍ତି ୨୬ ବର୍ଷୀୟ ପାଣ୍ଡ୍ୟା।

ବିବାହ କରିବା ପୂର୍ବରୁ ହିଁ ନତାଶା ଗର୍ଭବତୀ ଥିବା ଏବଂ ସେ ଖୁବଶୀଘ୍ର ବାପା ହେବାକୁ ଯାଉଥିବା ଖବର ରବିବାର ସେ ନିଜ ଟ୍ବିଟର ଓ ଇନଷ୍ଟାଗ୍ରାମ ପୃଷ୍ଠାରେ ଘୋଷଣା କରିଛନ୍ତି। ନତାଶାଙ୍କ ସହ ଉଠାଇଥିବା ଏକ ଫଟୋ ମଧ୍ୟ ପାଣ୍ଡ୍ୟା ପ୍ରକାଶ କରିଛନ୍ତି। ଏଥିରେ ନତାଶାଙ୍କ ପେଟ ଉପରେ ପାଣ୍ଡ୍ୟା ହାତ ରଖିଥିବା ଦେଖିବାକୁ ମିଳୁଛି। ‘‘ନାତାଶା ଓ ମୋର ଜୀବନ ଯାତ୍ରା ବହୁତ ସୁଖଦ ରହିଛି। ଏହା ଆହୁରି ରୋଚକ ହେବାକୁ ଯାଉଛି। ଆମେ ଦୁଇ ଜଣ ଆମ ଜୀବନକୁ ଖୁବଶୀଘ୍ର ଜଣେ ନୂଆ ଆଗନ୍ତୁକଙ୍କୁ ସ୍ବାଗତ କରିବାକୁ ଯାଉଛୁ। ଜୀବନର ଏହି ପର୍ଯ୍ୟାୟକୁ ନେଇ ଆମେ ବହୁତ ରୋମାଞ୍ଚିତ ଅଛୁ। ଆପଣଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା କାମନା କରୁଛୁ ବୋଲି’’ ପାଣ୍ଡ୍ୟା ଏହି ଫଟୋ ତଳେ ‌ଲେଖିଛନ୍ତି। ସୂଚନାଯୋଗ୍ୟ ଯେ ନତାଶା ଓ ପାଣ୍ଡ୍ୟା ମାର୍ଚ ୨୪ ତାରିଖରେ ଲକଡାଉନ୍ ଆରମ୍ଭ ହେବାପରଠାରୁ ଏକାଠି ରହି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe