ବ୍ୟାନ୍ କଲା ବିସିସିଆଇ, ଆଇପିଏଲ-୨୦୨୫ରେ ଖେଳିବେନି ହାର୍ଦ୍ଦିକ !

ବ୍ୟାନ୍ କଲା ବିସିସିଆଇ। ଆଇପିଏଲ-୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳିବେନି ଅଲରାଉଣ୍ଡର ତଥା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କ ଅନୁପସ୍ଥିତିରେ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ବ କରିପାରନ୍ତି।

thark

ନୂଆଦିଲ୍ଲୀ: ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ଆନୁଷ୍ଠାନିକ ଭାବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୫ର ୧୮ତମ ସଂସ୍କରଣ ପୂର୍ବରୁ ହେବାକୁ ଥିବା ମେଗା ନିଲାମ ପାଇଁ ତାରିଖ ଘୋଷଣା କରିସାରିଛି । ଏଥର ନଭେମ୍ବର ୨୪ ଓ ୨୫ତାରିଖରେ ସାଉଦି ଆରବର ଜେଦ୍ଦା ସହରରେ ଖେଳାଳିଙ୍କ ନିଲାମ ଅନୁଷ୍ଠିତ ହେବ। ଅକ୍ଟୋବର ୩୧ରେ ଆଇପିଏଲର ସମସ୍ତ ୧୦ଟି ଫ୍ରାଞ୍ଚାଇଜି ସେମାନଙ୍କ ରିଟେନ୍ ଖେଳାଳିଙ୍କ ନାମ ଘୋଷଣା କରିଥିଲେ, ଯାହା ପରେ ଏଥର ନିଲାମରେ ଅନେକ ବଡ଼ ବଡ଼ ନାମ ସାମିଲ ହେବେ ବୋଲି ଜଣାପଡ଼ିଥିଲା। ଏଥିର ସମସ୍ତ ଦଳରେ ୨୦୪ ଖେଳାଳିଙ୍କ ସ୍ଥାନ ଖାଲି ପଡ଼ିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ‌-୨୦୨୫ର ପ୍ରଥମ ମ୍ୟାଚ୍ ଖେଳିବେନି ବୋଲି ଜଣାପଡ଼ିଛି।

ଆଇପିଏଲ-୨୦୨୪ରେ ମୁମ୍ବାଇର ଅଧିନାୟକତ୍ବ କରୁଥିବା ହାର୍ଦ୍ଦିକ ୩ଥର ସ୍ଲୋଓଭର ରେଟ୍ କରିଥିବା ଦେଖାଯାଇଥିଲା। ଏହି କାରଣରୁ ତାଙ୍କୁ ଆଇପିଏଲ‌-୨୦୨୫ର ପ୍ରଥମ ମ୍ୟାଚରୁ ବାଦ୍ ଦେଇଛି ବିସିସିଆଇ। ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଦଳର ଅଧିନାୟକତ୍ବ କରିବେ ବୋଲି ଜଣାପଡ଼ିଛି। ଯଦି ଆମେ ଦଳର 'ରିଟେନ୍ ଲିଷ୍ଟ' ଦେଖିବା ତେବେ ମୁମ୍ବାଇ ଜସପ୍ରୀତ ବୁମରାଙ୍କୁ (୧୮ କୋଟି), ସୂର୍ଯ୍ୟକୁମାର ଯାଦବ (୧୬.୩୫କୋଟି), ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (୧୬.୩୫କୋଟି), ପୂର୍ବତନ ଅଧିନାୟକ ରୋହିତ ଶର୍ମା (୧୬.୩୦କୋଟି) ଓ ତଳକ ବର୍ମାଙ୍କୁ ୮କୋଟିରେ 'ରିଟେନ୍' କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe