ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ! ଦେବାକୁ ହେବ ୩୦ଲକ୍ଷ ଜରିମାନା

Advertisment
ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ! ଦେବାକୁ ହେବ ୩୦ଲକ୍ଷ ଜରିମାନା

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ର ଏକ ଗୁରୁତ୍ବହୀନ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଆଉ ଏକ ପରାଜୟ ବରଣ କରିଛି। ନିଜ ନିଜର ଅନ୍ତିମ ଲିଗ୍ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ୧୮ ରନ୍‌ରେ ହରାଇ ଦେଇଛି। ଉଭୟ ଦଳ ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିସାରିଥିବାରୁ କେବଳ ସମ୍ମାନ ପାଇଁ ଖେଳିଥିଲେ। ଘରୋଇ ମାଟିରେ କିନ୍ତୁ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସାନ୍ତ୍ବନାମୂଳକ ବିଜୟଟିଏ ବି ପାଇପାରି ନଥିଲା। ଏଭଳି ଖରାପ ପ୍ରଦର୍ଶନ ସହ ସ୍ଲୋ ଓଭର ରେଟ୍ ପାଇଁ ଏବେ ହାର୍ଦ୍ଦିକଙ୍କୁ ଦଣ୍ଡ ମିଳିଛି।

ଦଣ୍ଡ ଅନୁଯାୟୀ, ହାର୍ଦ୍ଦିକଙ୍କୁ ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚରୁ ବାଦ୍ ଦିଆଯାଇଛି। ଏହା ସହ ସ୍ଲୋ ଓଭର ରେଟ୍ ପାଇଁ ୩୦ଲକ୍ଷ ଜରିମାନା ଦେବେ। ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଏଲ୍‌ଏସ୍‌ଜିର ୨୧୪ ରନ୍ ଜବାବରେ ମୁମ୍ବାଇ ୧୯୬ ରନ୍‌ରେ ଅଟକିଯାଇଥିଲା। କେବଳ ରୋହ‌ିତ ଶର୍ମା (୩୮ ବଲ୍‌ରୁ ୬୮ ରନ୍) ଓ ନମନ ଧୀର (୨୮ ବଲ୍‌ରୁ ୬୨* ରନ୍) ଲଢ଼ୁଆ ପାଳି‌‌ ଖେଳିପାରିଥିଲେ। ଏହି ପରାଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ୍‌ ଟେବୁଲ୍‌ର ଶେଷ ସ୍ଥାନରେ ରହି ଲଜ୍ଜାଜନକ ଭାବେ ଅଭିଯାନ ଶେଷ କରିଛି। ୨୦୨୨ ସିଜନ୍ ଭଳି ପୁଣି ଥରେ ୧୦ ମ୍ୟାଚ୍‌ ହାରିଯାଇଛି ଏହି ସଫଳ ଦଳ। କୋଲ୍‌କାତା, ରାଜସ୍ଥାନ, ହାଇଦ୍ରାବାଦ ପ୍ଲେଅଫ୍ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଶନିବାର ଖେଳାଯିବାକୁ ଥିବା ଚେନ୍ନାଇ ସୁପର୍ କିଙ୍ଗ୍ସ-ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁକାବିଲା ନକ୍ ଆଉଟ୍ ଭଳି ହୋଇଛି। ଚେନ୍ନାଇକୁ କେବଳ ବିଜୟ ଆବଶ୍ୟକ ରହିଛି। ଆର୍‌ସିବିକୁ କିନ୍ତୁ ଉନ୍ନତ ଏନ୍‌ଆର୍‌ଆର୍‌ ସହ ଜିତିବା ଆବଶ୍ୟକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe