BollywoodShaadis
ମୁମ୍ବାଇ: ଟିମ୍ ଇଣ୍ଡିଆର ଅଲ୍ ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ମଜାଦାର ଅନ୍ଦାଜ ପାଇଁ ଅଧିକାଂଶ ସମୟ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ହାର୍ଦ୍ଦିକ ରବିବାର(ସେପ୍ଟେମ୍ବର ୨୫)ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳା ଯାଇଥିବା ଟି-୨୦ ମ୍ୟାଚ୍ରେ ଖୁବ୍ ଭଲ ପ୍ରଦର୍ଶନ କରିଛନ୍ତି। ସେ ଶେଷ ଓଭର୍ର ୪ର୍ଥ ବଲରେ ଚୌକା ମାରି ଭାରତକୁ ୬ ୱିକେଟ୍ରେ ବିଜୟୀ ହେବାର ସୁଯୋଗ ଦେଇଥିଲେ।
ନିକଟରେ ମ୍ୟାଚ୍ରେ ନିଜର ଦମାକାଦାର ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ଥିବା ହାର୍ଦ୍ଦିକ ସୋସିଆଲ୍ ମିଡିଆରେ ଏକ ସ୍ବତନ୍ତ୍ର ଭିଡିଓ ସେୟାର୍ କରିଛନ୍ତି। ଏହି ଭିଡିଓରେ ହାର୍ଦ୍ଦିକ ନିଜର ଶାଶୂ-ଶଶୁରଙ୍କୁ ସାକ୍ଷାତ୍ କରୁଥିବାର ଦେଖିବାକୁ ମିଳିଛନ୍ତି। ହାର୍ଦ୍ଦିକ ତାଙ୍କ ଶାଶୂ-ଶଶୁରଙ୍କ ଭେଟୁଥିବାର ଭିଡିଓ ପୋଷ୍ଟ୍ କରି କ୍ୟାପ୍ସନ୍ରେ ଲେଖିଛନ୍ତି, ‘ଭିଡିଓ ଓ ଫୋନ୍ କଲ୍ ବାଦ୍ ଏବେ ସିଧାସଳଖ ଭେଟ ହେଉଛି। ପ୍ରଥମ ଥର ନତାଶାର ପରିବାର(ଏବେ ମୋର ବି ପରିବାର) ସହ ଭେଟ ହୋଇ ବହୁତ ଭଲ ଲାଗିଲା। ମୁଁ ଏହି ସ୍ବତନ୍ତ୍ର ମୁହୂର୍ତ୍ତ ପାଇଁ କୃତଜ୍ଞ।’
ଭିଡିଓରେ ହାର୍ଦ୍ଦିକଙ୍କୁ ଭେଟିବା ପରେ ତାଙ୍କ ଶାଶୂ କହୁଥିବାର ଶୁଣିବାକୁ ମିଳୁଛି ଯେ ‘ମୁଁ ଜାଣିଥିଲି ଇଏ ନିଶ୍ଚୟ ଆସିଥିବ। ମୁଁ ବହୁତ ଆନନ୍ଦିତ। ମୋତେ ହାର୍ଦ୍ଦିକକୁ ଦେଖିବାକୁ ଦିଅ।’ ଭିଡିଓରେ ଉଭୟ ଶାଶୂ ଓ ଜ୍ବାଇଁ ପରସ୍ପରଙ୍କୁ ଆଲିଙ୍ଗନ କରି ଅଭିବାଦନ ଜଣାଉଥିବାର ଦେଖିବାକୁ ମିଳିଛି।
Follow Us