ଜିତିବା ଉପରେ ମୋର ଧ୍ୟାନ ନଥିଲା: ଆଇପିଏଲ ୨୦୨୪କୁ ନେଇ ହାର୍ଦ୍ଦିକଙ୍କ ପ୍ରତିକ୍ରିୟା

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଭାରତର ଲଗାତାର ଦୁଇଟି ଆଇସିସି ଟାଇଟଲ ବିଜୟ ପରେ ମିଳୁଥିବା ପ୍ରଶଂସାକୁ ଉପଭୋଗ କରୁଛନ୍ତି। ଏମଧ୍ୟରେ ସେ ଆଇପିଏଲ ୨୦୨୪ରେ ଖରାପ ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।

00

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଭାରତର ଲଗାତାର ଦୁଇଟି ଆଇସିସି ଟାଇଟଲ ବିଜୟ ପରେ ମିଳୁଥିବା ପ୍ରଶଂସାକୁ ଉପଭୋଗ କରୁଛନ୍ତି। ଗତବର୍ଷ ଟି-୨୦ ବିଶ୍ୱକପ୍ ଏବଂ ଏହି ମାସ ଆରମ୍ଭରେ ଚାମ୍ପିଅନ୍ସ ଟ୍ରଫିରେ ଦଳର ଐତିହାସିକ ବିଜୟରେ ଏହି ଅଲରାଉଣ୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଇପିଏଲ ୨୦୨୪ ସମୟରେ ଖରାପ ପ୍ରଦର୍ଶନ କରି ପ୍ରଶଂସକଙ୍କ କ୍ରୋଧର ଶିକାର ହୋଇଥିଲେ ପାଣ୍ଡ୍ୟା। ଗତ ସିଜିନ‌୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ ହାର୍ଦ୍ଦିକଙ୍କର ପ୍ରଥମ ସିଜିନ୍ ଥିଲା।

ଗତ ସିଜିନରେ, ସମସ୍ତଙ୍କ ପ୍ରିୟ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ପାଣ୍ଡ୍ୟାଙ୍କୁ ଏହି ଦାୟିତ୍ବ ଦିଆଯାଇଥିଲା। ଏହା ପରେ କ୍ରିକେଟପ୍ରେମୀ ମୁମ୍ବାଇ ଇଣ୍ଡିଆନ୍ସର ନୂତନ ଅଧିନାୟକଙ୍କ ବିରୋଧରେ ପ୍ରତିବାଦ କରିଥିଲେ। ଗତ ସିଜନର ମୁମ୍ବାଇ ଦଳ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଥିଲା।

ଗତ ସିଜିନ ବିଷୟରେ ଜଣାଇ ପାଣ୍ଡ୍ୟା କହିଛନ୍ତି ଯେ, "ମୋ ପାଇଁ, ଏହା ସର୍ବଦା ଯୁଦ୍ଧକ୍ଷେତ୍ର ଛାଡି ନ ଯିବା ବିଷୟରେ ରହିଆସିଛି। ମୋ କ୍ୟାରିୟରରେ ଏପରି କିଛି ପର୍ଯ୍ୟାୟ ଆସିଥିଲା ଯେଉଁଠାରେ ମୋର ଧ୍ୟାନ ଜିତିବା ଉପରେ ନୁହେଁ ବରଂ ପଡ଼ିଆରେ ତିଷ୍ଠି ରହିବା ଉପରେ ରହିଥିଲା। ମୁଁ ଅନୁଭବ କରିଥିଲି ଯେ, ମୋ ଚାରିପାଖରେ ଯାହା ଘଟୁ ନା କାହିଁକି, କ୍ରିକେଟ୍ ସବୁବେଳେ ମୋର ସବୁଠାରୁ ବଡ଼ ସାଥୀ ହୋଇ ରହିବ। ମୁଁ ଆଗକୁ ବଢ଼ି ଚାଲିଲି ଏବଂ ଶେଷରେ ମୋର ସମସ୍ତ କଠିନ ପରିଶ୍ରମକୁ ଫଳ ମିଳିଲା। ୬ ମାସ ପରେ ଆମେ ବିଶ୍ୱକପ୍ ଜିତିଲୁ ଏବଂ ତା'ପରେ ମୋତେ ଯେଉଁ ପ୍ରକାରର ଭଲପାଇବ‌ା ଏବଂ ସମର୍ଥନ ମିଳିଲା, ଏହା ମୋ ପାଇଁ ଏକ ସମ୍ପୂର୍ଣ୍ଣ ୩୬୦-ଡିଗ୍ରୀ ପରିବର୍ତ୍ତନ ଥିଲା।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe