ବିରାଟଙ୍କ ରେକର୍ଡ ଭାଙ୍ଗିଲେ ହାର୍ଦ୍ଦିକ, ପାଲଟିଲେ କିଙ୍ଗ୍ !

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏଥର ସେ ପଡ଼ିଆରେ ନୁହେଁ ବରଂ ସୋସିଆଲ ମିଡିଆରେ ଇତିହାସ ସୃଷ୍ଟି କରିଛନ୍ତି।

fhaDIQWmnJ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏଥର ସେ ପଡ଼ିଆରେ ନୁହେଁ ବରଂ ସୋସିଆଲ ମିଡିଆରେ ଇତିହାସ ସୃଷ୍ଟି କରିଛନ୍ତି। ଚମ୍ପିଆନ୍ସ ଟ୍ରଫି ୨୦୨୫ସହିତ ଜଡିତ ତାଙ୍କର ଏକ ପୋଷ୍ଟ ମାତ୍ର ୬ମିନିଟରେ ୧ମିଲିୟନ ଲାଇକ୍ ପାଇଛି, ଯାହା ବିରାଟ କୋହଲିଙ୍କ ପୁରୁଣା ରେକର୍ଡ ଭାଙ୍ଗିଛି।

ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଅଧିକାରୀକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ବିଜୟ ପରେ ସେ ସମୟର ଏକ ଫଟୋ ସେୟାର କରିଥିଲେ। ଏହି ଫଟୋ ପୋଷ୍ଟ ହେବା ମାତ୍ରେ, ପ୍ରଶଂସକମାନଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ଆସିଥିଲା ​​ଏବଂ ଏହା କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା। ରିପୋର୍ଟ ଅନୁସାରେ, ପୋଷ୍ଟଟି ମାତ୍ର ୬ମିନିଟରେ ୧୦ଲକ୍ଷ ଲାଇକ୍ ଅତିକ୍ରମ କରିଥିଲା, ଯାହା ଦ୍ୱାରା ଜଣେ ଭାରତୀୟ କ୍ରିକେଟରଙ୍କ ୧୦ଲକ୍ଷ ଲାଇକ୍ ପାଇବାର ସବୁଠାରୁ ଦ୍ରୁତତମ ଫଟୋ ପାଲଟିଥିଲା।

ପୂର୍ବରୁ ଏହି ରେକର୍ଡ ପୂର୍ବତନ ଭାରତୀୟ ଅଧିନାୟକ ତଥା ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲିଙ୍କ ନାମରେ ଥିଲା। ବିରାଟଙ୍କ ଫଟୋ ମଧ୍ୟ ବହୁତ କମ୍ ସମୟ ମଧ୍ୟରେ ମିଲିୟନ ଲାଇକ୍ ଛୁଇଁଥିଲା, କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂତନ ଫଟୋ ଏହାକୁ ପଛରେ ପକାଇ ଦେଇଛି। ହାର୍ଦ୍ଦିକଙ୍କ ଏହି ସଫଳତା ପରେ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ନିଜର ଖୁସି ଜାହିର କରୁଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହି ରେକର୍ଡ ଭାଙ୍ଗିଥିବା ଫଟୋ ପରେ, ତାଙ୍କ ବିଷୟରେ ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଆଲୋଚନା କରାଯାଉଛି। ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆ କିଙ୍ଗ ବୋଲି କହୁଛନ୍ତି। ତେବେ ହାର୍ଦ୍ଦିକ ୪ଦିନ ତଳେ ଏହି ଫଲୋ ପୋଷ୍ଟ କରିିଥିବା ବେଳେ ଏବେ ୧୭ମିଲିୟନ ଲୋକେ ଏହାକୁ ଲାଇକ୍ କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe