ଏହି ଗୁଜବ ଉପରୁ ପରଦା ଉଠାଇଲେ ହାର୍ଦ୍ଦିକଙ୍କ ଧର୍ମପତ୍ନୀ

Advertisment
ଏହି ଗୁଜବ ଉପରୁ ପରଦା ଉଠାଇଲେ ହାର୍ଦ୍ଦିକଙ୍କ ଧର୍ମପତ୍ନୀ

ମୁମ୍ବାଇ: ଭାରତୀୟ କ୍ରିକେଟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୈବାହିକ ଜୀବନ ଭଲ ଚାଲି ନଥିବା ନେଇ ଚର୍ଚ୍ଚା ହେଉଛି। ନିକଟରେ ଟି-୨୦ ବିଶ୍ୱକପ ଚାମ୍ପିୟନସିପ ଜିତିବା ପରେ ହାର୍ଦ୍ଦିକ ଭାରତ ଫେରିଥିଲେ । କିନ୍ତୁ ସେ ନତାଶାଙ୍କୁ ନଭେଟି କେବଳ ନିଜ ପୁଅ ଅଗସ୍ତ୍ୟକୁ ଭେଟି ଚାଲି ଯାଇଥିଲେ। ହାର୍ଦ୍ଦିକଙ୍କ ଏହି କାମ ତାଙ୍କ ଛାଡ଼ପତ୍ର ଚର୍ଚ୍ଚାକୁ ଆହୁରି ବଢ଼ାଇଦେଇଛି।ଏଯାବତ ହାର୍ଦ୍ଦିକ କି ନତାଶା ଦୁହେଁ ଏପ୍ରସଙ୍ଗ‌କୁ ନେଇ କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନାହାନ୍ତି।

ଗତକାଲି ପୁଅ ଅଗସ୍ତ୍ୟଙ୍କ ସହ ନତାଶା ବିମାନବନ୍ଦରରେ ନଜର ଆସିଥିଲେ। ଏହାପରେ ନତାଶା ପୁଅକୁ ନେଇ କୁଆଡେ ଗଲେ ବୋଲି ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଅନେକ ଲୋକ ଗୁଜବ ଉଠାଇ କହିଥିଲେ ନତାଶା ତାଙ୍କ ବାପଘରକୁ ଯାଇଛନ୍ତି।

ଗୁରୁବାର ନତାଶା ଏହି ଗୁଜବ ଖବରକୁ ସ୍ପଷ୍ଟ କରିଛନ୍ତି। ସେ  ତାଙ୍କ ବାପଘରେ ଥିବା ଜଣାପଡ଼ିଛି। ନତାଶା ତାଙ୍କ ବାପଘରେ ଥାଇ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘ହୋମ ସୁଇଟ ହୋମ’। ଏଥିରେ ସେ ଘର ଓ ହୃଦୟ ଚିହ୍ନ ବି ଦେଇଛନ୍ତି।

ବିମାନବନ୍ଦରକୁ ଯିବା ପୂର୍ବରୁ ନତାଶା ନିଜ ବ୍ୟାଗର ଫଟୋ ଇନଷ୍ଟା ଷ୍ଟୋରୀରେ ସେୟାର କରିଥିଲେ। ଫଟୋ ସେୟାର କରି ସେ ଲେଖିଥିଲେ, ଏହା ବର୍ଷର ସେଇ ସମୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe