ପଡ଼ିଆକୁ ନ ଆସି ବି ହସ୍ପିଟାଲ୍‌ ଖଟିଆରେ ଶୋଇ ଚର୍ଚ୍ଚାରେ ପାଣ୍ଡ୍ୟା, ଚର୍ଚ୍ଚିତ କରୁଛି ହାତରେ ପିନ୍ଧିଥିବା ଘଣ୍ଟା

Advertisment
ପଡ଼ିଆକୁ ନ ଆସି ବି ହସ୍ପିଟାଲ୍‌ ଖଟିଆରେ ଶୋଇ ଚର୍ଚ୍ଚାରେ ପାଣ୍ଡ୍ୟା, ଚର୍ଚ୍ଚିତ କରୁଛି ହାତରେ ପିନ୍ଧିଥିବା ଘଣ୍ଟା

Image tweeted by Hardik Pandya

ମୁମ୍ବାଇ: ହାର୍ଦ୍ଦିକ ପାଣ୍ଡ୍ୟା ହୁଏତ ତାଙ୍କ ଅସ୍ତ୍ରୋପଚାର (ଲୋୟର୍‌ ବ୍ୟାକ୍‌ ସର୍ଜରି) ପାଇଁ ନିକଟରେ ହୋଇଥିବା ଟେଷ୍ଟ୍‍ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି ମାତ୍ର ଏହା ତାଙ୍କୁ ଲାଇମ୍‌ଲାଇଟ୍‌ରୁ ଦୂରେଇ ପାରିନାହିଁ। ପଡ଼ିଆରେ ନ ଦିଶି ମଧ୍ୟ ହସ୍ପିଟାଲ୍‌ ବେଡ୍‌ରେ ପଡ଼ି ଚର୍ଚ୍ଚାର ପରିସରକୁ ଆସିଛନ୍ତି ପାଣ୍ଡ୍ୟା।

ସେ ଶନିବାର ଦିନ ଅସ୍ତ୍ରୋପଚାର ଖଟିଆରେ ସୋଇ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଦେଇଛନ୍ତି। ଫଟୋଟିରେ ସେ ଏକ ଦାମୀ ଘଣ୍ଟା ପିନ୍ଧିଥିବାର ଦେଖିବାକୁ ମିଳିଛି। ଏହି ଘଣ୍ଟାକୁ ନେଇ ପାଣ୍ଡ୍ୟା ଚର୍ଚ୍ଚାର ପରିସରକୁ ଆସିଛନ୍ତିି।

ସେ ଇନ୍‌ଷ୍ଟାରେ ଫଟୋ ପୋଷ୍ଟ୍‍ କରି ଲେଖିଛନ୍ତି, ‘ସଫଳତାର ସହ ଅସ୍ତ୍ରୋପଚାର ସମାପ୍ତ ହୋଇଛି। ସମସ୍ତଙ୍କ ଶୁଭେଚ୍ଛ ପାଇଁ ମୁଁ କୃତଜ୍ଞ। ବିନା ସମୟ ନେଇ ମୁଁ ଫେରୁଛି। ସେ ପର୍ଯ୍ୟନ୍ତ ମୋତେ ମନେପକାଅ।’

ପ୍ରାୟତଃ ହସ୍ପିଟାଲ୍‌ ବେଡ୍‌ରେ କେହି ଘଣ୍ଟା ପିନ୍ଧି ଅସ୍ତ୍ରୋପଚାର ପାଇଁ ଶୋଇନଥାନ୍ତି। ହାର୍ଦ୍ଦିକଙ୍କ ହାତର ଘଣ୍ଟା ପିନ୍ଧିବା କଥା ଏକ ନିଆରା ଦୃଶ୍ୟ ନିଶ୍ଚୟ। ଏହାକୁ ନେଇ ପ୍ରଶଂସକମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି। କେହି କେହି ପାଣ୍ଡ୍ୟା ପିନ୍ଧିଥିବା ଘଣ୍ଟାର ମଡେଲ୍‌ ବି ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe