ନୂଆ ଲୁକ୍‌ର ରହସ୍ୟ ଖୋଲିଲେ ହାର୍ଦିକ

ନୂଆ ଲୁକ୍‌ର ରହସ୍ୟ ଖୋଲିଲେ ହାର୍ଦିକ

ନୂଆଦିଲ୍ଲୀ : ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ଅବସରରେ ମୁମ୍ବାଇ ଇଣ୍ଡିଆନ୍‌ସର ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ନୂଆ ନୂଆ ଲୁକ୍‌ ଚର୍ଚ୍ଚାରେ ରହିଛି। ପାଣ୍ଡ୍ୟା ପ୍ରଥମେ ନିଜ ଚୁଟିର ଷ୍ଟାଇଲ୍‌କୁ ଯେଭଳି କରିଥିଲେ ପରେ ପୂରା ଚୁଟି କାଟି ଲଣ୍ଡା ମୁଣ୍ଡର ଲୁକ୍‌ ଦେଇଛନ୍ତି। ତାଙ୍କର ଏଭଳି ଲୁକ୍‌ ପଛର ରହସ୍ୟକୁ ପଦାକୁ ଆଣିଛନ୍ତି ହାର୍ଦିକ। ଏଭଳି ଲୁକ୍‌ ପଛରେ ବଡ଼ ଭାଇ କ୍ରୁନାଲଙ୍କ ହାତ ଥିବା କହିଛନ୍ତି।

ପ୍ରଥମେ ହାର୍ଦିକ ମୁଣ୍ଡର ମଝିରେ କିଛି ଚୁଟି ରଖି ଚାରିଆଡୁ କାଟି ଦେଇଥିଲେ। କିନ୍ତୁ ଏହାପରେ ଏବେ ସେ ପୂରା ଲଣ୍ଡା ହୋଇପଡ଼ିଛନ୍ତି। ତାଙ୍କର ଲଣ୍ଡା ହେବାକୁ ନେଇ ଏକ ଲାଇଭ୍‌ ଚାଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ବଡ଼ ଭାଇ କ୍ରୁନାଲ ମୁମ୍ବାଇ ଇଣ୍ଡିଆନ୍‌ସ ପ୍ରଶଂସକଙ୍କୁ ରହସ୍ୟ କହିଛନ୍ତି। କ୍ରୁନାଲଙ୍କ କହିବା କଥା ହେଲା, ମୁଁ ତାଙ୍କୁ ସକାଳେ ମୋ କୋଠରୀକୁ ଆସିଥିବା ଦେଖିଲି। ସେ ନିଜେ ତାଙ୍କ ଚୁଟିର ଅଧା କାଟିଥିଲେ। ହେଲେ ମୋତେ ଏହା ଖରାପ ଲାଗିଲା। କାରଣ ମୁଁ ତାଙ୍କୁ କଦାପି ଏଭଳି ଚୁଟି ଷ୍ଟାଇଲ୍‌ରେ ଦେଖିନଥିଲି। ତେଣୁ ମୁଁ ତାଙ୍କ ସବୁ ଚୁଟିକୁ କାଟିଦେଲି ବୋଲି କ୍ରୁନାଲ କହିଛନ୍ତି। ଅନ୍ୟପକ୍ଷରେ ଆମେ ପରସ୍ପରର ଚୁଟି କାଟିଥାଉ। ଯାହାକି ଭାଇ ଭାଇ ମଧ୍ୟରେ ଅନାବିଳ ସ୍ନେହର ପ୍ରତୀକ ବୋଲି କହିଛନ୍ତି ହାର୍ଦିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe