କଟକ: ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳାର ଶୁଭାରମ୍ଭ ଡିସେମ୍ବର ୯ରେ କଟକର ବାରବାଟୀ ଷ୍ଟାଡିୟମ୍ର ଆରମ୍ଭ ହେବ। ମଙ୍ଗଳବାର ଏଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଲାଗି ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ସୋମବାର ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ବାରବାଟୀକୁ ଅଭ୍ୟାସ ପାଇଁ ଆସିବେ। ପୂର୍ବାହ୍ଣରେ ଭାରତ ଏବଂ ସନ୍ଧ୍ୟାରେ ଦକ୍ଷିଣଆଫ୍ରିକା ଦଳ ମ୍ୟାଚ୍ ପୂର୍ବରୁ ଶକ୍ତିପ୍ରଦର୍ଶନ କରିବେ।
ଗୋଟିଏ ଦିନ ପରେ ବାରବାଟୀରେ ଖେଳାଯିବ ଚତୁର୍ଥ ଥର ଅର୍ନ୍ତଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍। ଦକ୍ଷିଣ ଆଫ୍ରିକା ତୃତୀୟ ଥର ବାରବାଟୀରେ ଟ୍ବେଣ୍ଟି-୨୦ ଖେଳିବାକୁ ଯାଉଛି। ଏପରିକି ବିଗତ ଦୁଇ ମ୍ୟାଚ୍ରେ ଦଳ ଅପରାଜେୟ ରହିଥିବା ବେଳେ ଭାରତ ଏହି ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିବ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସୋମବାର ଭାରତୀୟ ଦଳ ଦିନ ୧.୩୦ରେ ବାରବାଟୀରେ ପହଞ୍ଚିବ। ପ୍ରାୟ ୩ଘଣ୍ଟା ଧରି ତଥା ଅପରାହ୍ଣ ୪.୩୦ ପର୍ଯ୍ୟନ୍ତ ଅଭ୍ୟାସ କରିବ। ଏହା ପରେ ସନ୍ଧ୍ୟା ୫.୩୦ରୁ ୮.୩୦ ପର୍ଯ୍ୟନ୍ତ ଫ୍ଲଡ୍ଲାଇଟ୍ରେ ଦକ୍ଷିଣ ଆଫ୍ରିକା ଦଳ ଅଭ୍ୟାସକୁ ଓହ୍ଲାଇବ। ଉଭୟ ଦଳର ଯାତାୟତ ନିମନ୍ତେ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ରୁଟ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ତେବେ ଦର୍ଶକମାନେ ଉଭୟ ଦଳର ଅଭ୍ୟାସ ଦେଖି ପାରିବେ। ଦର୍ଶକଙ୍କ ପାଇଁ ଗ୍ୟାଲେରୀ ନଂ-୬ ଓ ୭ ଖୋଲା ରହିବ। ଆବଶ୍ୟକ ପଡ଼ିଲେ ଗ୍ୟାଲେରୀ ନଂ-୧ ଓ ୨ ମଧ୍ୟ ଦର୍ଶକଙ୍କ ନିମନ୍ତେ ଖୋଲାଯିବ। ଅନ୍ୟପକ୍ଷରେ ରବିବାର ସନ୍ଧ୍ୟାରେ ଭାରତୀୟ ଦଳର ପ୍ରମୁଖ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକାକି ବାରବାଟୀରେ ପହଞ୍ଚି ଅଭ୍ୟାସ କରିଛନ୍ତି। ସନ୍ଧ୍ୟା ୫ଟାରେ ବାରବାଟୀରେ ପହଞ୍ଚିବା ପରେ ୫.୪୦ରେ ପଡ଼ିଆକୁ ପ୍ରବେଶ କରିଥିଲେ। ୧୫-୨୦ ମିନିଟ୍ ଧରି ନେଟ୍ସରେ ବୋଲିଂ କରିବା ପରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ସ୍ପିନ୍ ବୋଲର୍ମାନଙ୍କ ବିପକ୍ଷରେ ଦୀର୍ଘ ସମୟ ଅଭ୍ୟାସ କରିଥିଲେ।
Jajpur: ରିସା ମାଙ୍କିଡ଼ିଆଙ୍କ ମୃତ୍ୟୁ ନେଇ ପ୍ରଶାସନିକ ତତ୍ପରତା: ସ୍ଥିତି ପରଖିଲେ ପ୍ରମୁଖ ସଚିବ
ବାରବାଟୀ ଷ୍ଟାଡିୟମ୍ର ୪୩ ବର୍ଷର କ୍ରିକେଟ୍ ଇତିହାସରେ ଅନେକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଯୁବରାଜ ସିଂହଙ୍କ ଶତକ ହେଉ କିମ୍ବା ଆଝାରୁଦ୍ଦିନ୍-ଜାଡ଼େଜାଙ୍କ ପାର୍ଟନରସିପ୍, ସବୁକିଛି ଏବେ ରେକର୍ଡ ବୁକ୍ରେ ରହିଯାଇଛି। କିନ୍ତୁ ଏଠାରେ ଖେଳାଯାଇଥିବା ତିନୋଟି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକାର ବର୍ତ୍ତମାନର ଖେଳାଳିଙ୍କ ପ୍ରଦର୍ଶନକୁ ଦେଖିଲେ ବାରବାଟୀ ଲଢ଼େଇ ଏଥର ଜୋର୍ଦାର ହେବ ବୋଲି ଅନୁମାନ କରାଯାଉଛି। ବାରବାଟୀ ଟ୍ବେଣ୍ଟି-୨୦ରେ ଖେଳାଳିଙ୍କ ଅଭିଜ୍ଞତା ଆଉ ଗୋଟିଏ ଭୂମିକା ନିର୍ବାହ କରିବ। ଯଦିଓ ଉଭୟ ଦଳର ଖେଳାଳିମାନେ ଏହି ଫର୍ମାଟ୍ରେ ଧୂରନ୍ଧର ବୋଲି ପ୍ରମାଣ କରିସାରିଛନ୍ତି, କିନ୍ତୁ ବାରବାଟୀ ପିଚ୍ ସମସ୍ତଙ୍କ ପାଇଁ ଭିନ୍ନ ଧରଣର ଅଭିଜ୍ଞତା ଦେବ। ବର୍ତ୍ତମାନର ଭାରତୀୟ ଦଳର ଖେଳାଳିଙ୍କ ଭିତରୁ କେବଳ ଅକ୍ଷର ପଟେଲ୍ ଓ ହାର୍ଦିକ ପାଣ୍ଡ୍ୟାଙ୍କ ବାରବାଟୀରେ ଟ୍ବେଣ୍ଟି-୨୦ ଅଭିଜ୍ଞତା ରହିଛି। ସେହିପରି ଦକ୍ଷିଣ ଆଫ୍ରିକା ଦଳରେ ରିଜା ହେଣ୍ଡ୍ରିକ୍ସ, ଡେଭିଡ୍ ମିଲର୍, କେଶବ ମହାରାଜ ପୂର୍ବରୁ ବାରବାଟୀରେ ଟ୍ବେଣ୍ଟି-୨୦ ଖେଳିସାରିଛନ୍ତି। ତେଣୁ ଦେଖିବାକୁ ଗଲେ ଉଭୟ ଦଳର ସ୍ଥିତି ପ୍ରାୟତଃ ସମାନ।
ଏହାବାଦ୍ ଭାରତୀୟ ଦଳରେ ଟ୍ବେଣ୍ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଶୁବମାନ୍ ଗିଲ, ଅଭିଷେକ ଶର୍ମା, ସଂଜୁ ସାମସନ, ଜିତେଶ ଶର୍ମା, ୱାସିଂଟନ ସୁନ୍ଦରଙ୍କ ଭଳି ଖେଳାଳି ଥିବାରୁ ବାରବାଟୀର ବ୍ୟାଟିଂ ପିଚ୍ରେ ବଡ଼ ସ୍କୋର୍ କରିବା ଅସମ୍ଭବ ହେବନି। ପୁଣି ଅର୍ଶଦୀପ ସିଂହ, ଯଶପ୍ରୀତ୍ ବୁମ୍ରା, ହର୍ଷିତ ରାଣା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀଙ୍କ କାନ୍ଧରେ ବୋଲିଂ ଭାର ରହିଥିବାରୁ ଦକ୍ଷିଣ ଆଫ୍ରିକା ବ୍ୟାଟର୍ଙ୍କୁ ହାତ ଖୋଲିବାକୁ ସୁଯୋଗ ଦେବେନି। ତେବେ ବାରବାଟୀରେ କାକରର ବଡ଼ ଭୂମିକା ରହିବାକୁ ଥିବାରୁ ଏଠାରେ ବୋଲରଙ୍କ ପାଇଁ ବଡ଼ ଆହ୍ବାନ ରହିବ।
Education: ଶିକ୍ଷା ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଆଧାର: କେନ୍ଦ୍ରମନ୍ତ୍ରୀ
ସେହିପରି ଐଦେନ୍ ମାର୍କରାମଙ୍କ ନେତୃତ୍ବରେ ଆସିଥିବା ଦକ୍ଷିଣ ଆଫ୍ରିକା ଦଳରେ କ୍ବିଣ୍ଟନ୍ ଡି’କକ୍, ଡିୱାଲ୍ଡ ବ୍ରେଭିସ୍, ତ୍ରିଷ୍ଟନ ଷ୍ଟବ୍ସ, ମାର୍କୋ ୟାନ୍ସେନ୍, ଜର୍ଜ ଲିଣ୍ଡେଙ୍କ ଭଳି ବ୍ୟାଟର୍ ସହିତ ଅନରିକ୍ ନର୍ଖିଂୟା, ଲୁଙ୍ଗି ଏନ୍ଗିଡି, ଓଟନେଲ୍ ବାର୍ଟମାନଙ୍କ ଭଳି ବୋଲର ଭାରତୀୟ ବ୍ୟାଟର୍ଙ୍କ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିପାରିବେ। ତେଣୁ ଦେଖିବାକୁ ଗଲେ ବାରବାଟୀରେ ଉଭୟ ଦଳଙ୍କ ମଧ୍ୟରେ ଭଲ ଟକ୍କର ହେବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/08/gdaggdzcv-2025-12-08-01-33-55.jpg)