ହରିପ୍ରସାଦ ଜାତୀୟ କରାଟେ ସଂଘର ମୁଖ୍ୟ ଉପଦେଷ୍ଟା

Advertisment
ହରିପ୍ରସାଦ ଜାତୀୟ କରାଟେ ସଂଘର ମୁଖ୍ୟ ଉପଦେଷ୍ଟା

ଭୁବନେଶ୍ବର: ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ତଥା ଓଡ଼ିଶାର ମୁଖ୍ୟ କରାଟେ ପ୍ରଶିକ୍ଷକ ଡଃ ହରିପ୍ରସାଦ ପଟ୍ଟନାୟକ ଜାତୀୟ କରାଟେ ସଂଘ (କେଆଇଓ)ର ମୁଖ୍ୟ ଉପଦେଷ୍ଟା ହୋଇଛନ୍ତି। କରାଟେର ମୁଖ୍ୟ ସଂଗଠନ କରାଟେ ଇଣ୍ଡିଆ ଅର୍ଗନାଇଜେସନ୍‌ର ସଭାପତି ସେନ୍‌ସେଇ ବିଜୟ ତିୱାରୀ ଡଃ ହରିପ୍ରସାଦଙ୍କ ନିଯୁକ୍ତି ନେଇ ଘୋଷଣା କରିଛନ୍ତି।

ସେ କେଆଇଓର ପ୍ରଶିକ୍ଷଣ ଓ ବିକାଶ ଦାୟିତ୍ବ ତୁଲାଇବେ। ଜାତୀୟ କରାଟେକାମାନଙ୍କ ପାରଦର୍ଶିତା ବୃଦ୍ଧି କରିବା ପାଇଁ ଆବଶ୍ୟକ ପ୍ରଶିକ୍ଷଣ ସେ ପହଞ୍ଚାଇବେ। ନିଜର ଦୀର୍ଘ ୪୦ ବର୍ଷର ଅଭିଜ୍ଞତାକୁ ଉପଯୋଗ କରି ଡଃ ପଟ୍ଟନାୟକ ଆଗାମୀ ଦିନରେ ଜାତୀୟ କରାଟେକାଙ୍କ ଦକ୍ଷତା ବୃଦ୍ଧି କରାଇପାରିବେ ବୋଲି କେଆଇଓ ଆଶା ରଖିଛି। ଏହା ପୂର୍ବରୁ ଡଃ ପଟ୍ଟନାୟକ ଜାତୀୟ କରାଟେ ସଂଘର ଉପସଭାପତି ତଥା ବୈଷୟିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସିଛନ୍ତି। ଏବେ ତାଙ୍କୁ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଥିବାରୁ ଓଡ଼ିଶା ରାଜ୍ୟ କରାଟେ ସଂଘ ଅଭିନନ୍ଦନ ଜଣାଇବା ସହିତ ଜାତୀୟ ସଂଘକୁ ଧନ୍ୟବାଦ ଜଣାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe