ହରିପ୍ରସାଦ, ରାଜୀବଙ୍କୁ ଜାତୀୟ କରାଟେ ସଂଘର ଗୁରୁଦାୟିତ୍ବ

Advertisment
ହରିପ୍ରସାଦ, ରାଜୀବଙ୍କୁ ଜାତୀୟ କରାଟେ ସଂଘର ଗୁରୁଦାୟିତ୍ବ

ଭୁବନେଶ୍ବର: ଜାତୀୟ କରାଟେ ସଂଘରେ ଓଡ଼ିଶାର ଦୁଇ ଜଣ ହରିପ୍ରସାଦ ପଟ୍ଟନାୟକ ଓ ରାଜୀବ ସିଂହଙ୍କୁ ଗୁରୁଦାୟିତ୍ବ ମିଳିଛି। ଓଡ଼ିଶା ରାଜ୍ୟ କରା‌ଟେ ସଂଘର ସଭାପତି ହରିପ୍ରସାଦ ବୈଷୟିକ ନିର୍ଦେଶକ ଭାବେ ମନୋନୀତ ହୋଇଛନ୍ତି। ସେହିଭଳି ଓଡ଼ିଶାର ଏକମାତ୍ର ଏସୀୟ ଜଜ୍‌ ରାଜୀବ ସିଂହ ଜାତୀୟ ସଂଘର ରେଫରି କମିସନ୍‌ ସଦସ୍ୟ ଭାବେ ପୁଣି ଥରେ ଦାୟିତ୍ବ ନେଇଛନ୍ତି।

ରାଜ୍ୟରେ କରାଟେର ବିକାଶ ଲାଗି ହରିପ୍ରସାଦ ୪ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ହେଲା କାମ କରୁଛନ୍ତି। ଉତ୍କଳ କରାଟେ ସଂଘ ମାଧ୍ୟମରେ ରାଜୀବ ରାଉରକେଲାରୁ ଅନେକ ଜାତୀୟ ‌ଓ ଅନ୍ତର୍ଜାତୀୟ କରାଟେକା ସୃଷ୍ଟି କରିବାରେ ଅବଦାନ ରଖିଛନ୍ତି। ଉଭୟଙ୍କୁ ଓଡ଼ିଶା ରାଜ୍ୟ କରାଟେ ଡୋ ସଂଘ ସମ୍ପାଦିକା ଗୌରୀ ମହାନ୍ତି, କୋଷାଧ୍ୟକ୍ଷ ଖାରବେଳ ମଲ୍ଲିକ, ଉପସଭାପତି ପ୍ରଦୀପ ସରକାର, ପ୍ରଶାନ୍ତ ଧଳ, ଏସ୍‌ଆର୍‌ ସାସମଲ, ଯୁଗ୍ମସମ୍ପାଦକ କାଳିପ୍ରସାଦ ନନ୍ଦ, ପରାମର୍ଶଦାତା ସଂଜୟ ଦାସ, ସନତ ନାୟକ, ପ୍ରକାଶ ପଟ୍ଟନାୟକ ଓ ଅନ୍ୟ କର୍ମକର୍ତ୍ତା ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe