Cricket bat and ball on green grass of cricket pitch
ଭୁବନେଶ୍ୱର: ବାଙ୍କୀ ନିକଟସ୍ଥ ପଥୁରିପଡ଼ା ମହାବେରଣା କ୍ଲବ୍ ଆନୁକୂଲ୍ୟରେ ୩୦ତମ ରାଜ୍ୟସ୍ତରୀୟ ହରିଶ୍ଚନ୍ଦ୍ର ମିଶ୍ର ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା ମହାବେରଣା ବିଦ୍ୟାପୀଠ ପରିସରରେ ଜାନୁଆରି ୧୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗୁରୁବାର ଏହାର ଖେଳସୂଚୀ ଘୋଷିତ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ ବାଙ୍କୀ ଆଥ୍ଲେଟିକ୍ ଆସୋସିଏସନ୍ ସହିତ ଅଟ୍ରୀର ମୁକାବିଲା ହେବ ବୋଲି ଆୟୋଜକ ମହାବେରଣା କ୍ଲବ୍ର ସମ୍ପାଦକ ସଦାଶିବ ଦାଶ ଜଣାଇଛନ୍ତି। ୧୫ ତାରିଖରେ ଯାଆଁଳା ସହିତ ୧୪ ତାରିଖର ବିଜେତା ଖେଳିବ। ୧୬ ତାରିଖରେ ମଞ୍ଚେଶ୍ୱର ବନାମ କୁମାରବସ୍ତ, ୧୭ରେ ପ୍ରଥମ ସେମିଫାଇନାଲ୍ ଆୟୋଜିତ ହେବ। ୧୮ ତାରିଖରେ କାଇପଦର-ବୈଦେଶ୍ୱର, ୧୯ରେ ଖୋର୍ଧା କଳିଙ୍ଗକୁ ଭେଟିବ ୧୮ ତାରିଖ ବିଜେତା। ୨୦ ତାରିଖରେ ଦୁଇ ଭୁବନେଶ୍ୱର ଦଳ ଟିଏଫ୍ସି ଏବଂ ରିଲାଏନ୍ସ ଜିଆଇସି ଏବଂ ୨୧ ତାରିଖରେ ଦ୍ୱିତୀୟ ସେମିଫାଇନାଲ୍ ଖେଳାଯିବ। ୨୮ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।
Follow Us