ଭୁବନେଶ୍ବର: ଚଳିତ ମାସ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ୧୯ତମ ବିଶ୍ବ ପେନ୍ଚାକ ସିଲାଟ ପ୍ରତିଯୋଗିତା ମାଲେସିଆରେ ଖେଳାଯିବ। ଏହି ପ୍ରତିଯୋଗିତାରେ ରେଫରି ଦାୟିତ୍ବ ତୁଲାଇବା ଲାଗି ଭାରତରୁ ଦୁଇ ଜଣଙ୍କୁ ଅନ୍ତର୍ଜାତୀୟ ପେନ୍ଚାକ ସିଲାଟ ମହାସଂଘ ମନୋନୀତ କରିଛି। ଏଥିରେ ଓଡ଼ିଶାରୁ ପ୍ରେମ ସିଂହ ଥାପ୍ପାଙ୍କ ସହ ରାଜସ୍ଥାନର ପୁରନ ଜଟ ରହିଛନ୍ତି। ଏହି ଅବସରରେ ମହାସଂଘ ଅନ୍ତର୍ଜାତୀୟ ରେଫରି ପାଠ୍ୟକ୍ରମର ପରୀକ୍ଷା ମଧ୍ୟ କରିବ। ଏହି ପରୀକ୍ଷା ଜୁଲାଇ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଓଡ଼ିଶାର ହରିଶ ଚନ୍ଦ୍ର ବେହେରା ଏହି ପରୀକ୍ଷା ଦେବା ପାଇଁ ପ୍ରେମ ସିଂହଙ୍କ ସହ ମାଲେସିଆ ଗସ୍ତ କରିଛନ୍ତି। ଓଡ଼ିଶା ପେନ୍ଚାକ ସିଲାଟ ସଂଘ ସଭାପତି ତାପସ କୁମାର ରାୟଚୌଧୁରୀ, ଉପସଭାପତି ଅରବିନ୍ଦ ବାରିକ, ମନୋରଂଜନ ଭଞ୍ଜ, ମୁଖ୍ୟ ପରାମର୍ଶଦାତା ସୁମନ ମୋଦି ଏବଂ ସଂଘର ସମସ୍ତ ସଦସ୍ୟ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଅନ୍ତର୍ଜାତୀୟ ରେଫରି ପରୀକ୍ଷା ଦେବେ ହରିଶ: ବିଶ୍ବ ପେନ୍ଚାକ ସିଲାଟରେ ପ୍ରେମ ସିଂହ ଥାପ୍ପା ରେଫରି
Advertisment
Follow Us