ହରିଶ୍ଚନ୍ଦ୍ର ସ୍ମାରକୀ କ୍ରିକେଟ୍‌: ଅଭିଷେକଙ୍କ ଶତକ, ଫାଇନାଲରେ ତମାଣ୍ଡୋ

Advertisment
ହରିଶ୍ଚନ୍ଦ୍ର ସ୍ମାରକୀ କ୍ରିକେଟ୍‌: ଅଭିଷେକଙ୍କ ଶତକ, ଫାଇନାଲରେ ତମାଣ୍ଡୋ

ବାଙ୍କୀ: ବାଙ୍କୀ ବ୍ଲକ୍‌ ପଥୁରିପଡ଼ାସ୍ଥିତ ମହାବେରେଣା କ୍ଲବ୍‌ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ହରିଶ୍ଚନ୍ଦ୍ର ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ରବିବାର ଫାଇନାଲ୍‌ରେ ଖୋର୍ଦ୍ଧାର ତମାଣ୍ଡୋ କ୍ରିକେଟ୍‌ କ୍ଲବ୍‌ ସହ କୁମାରବସ୍ତର ରାଇଜିଂ ଷ୍ଟାର୍‌ ମୁକାବିଲା କରିବ। ଶୁକ୍ରବାର ପ୍ରଥମ ଦଳ ଭାବେ କୁମାରବସ୍ତ ଫାଇନାଲ୍‌ ପ୍ରବେଶ କରିଥିଲା ବେଳେ ଶନିବାର ଦ୍ବିତୀୟ ସେମିଫାଇନାଲରେ ଦିଶା ବୈଦେଶ୍ବରକୁ ୨ ରନ୍‌ରେ ତମାଣ୍ଡୋ ପରାସ୍ତ କରି ଫାଇନାଲ ସ୍ଥାନ ପକ୍କା କରିଛି। ପ୍ରଥମେ ବ୍ୟାଟିଂ କରିଥିବା ତମାଣ୍ଡୋ ଦଳ ୨୦ ଓଭରରେ ୯ ୱିକେଟ୍‌ ହରାଇ ୨୭୫ ରନ୍‌ କରିଥିଲା। ତମାଣ୍ଡୋ ଦଳର ଅଭିଷେକ ପଟ୍ଟନାୟକ (୧୩୪) ଚମତ୍କାର ଶତକ ଏବଂ ବୁଟା ସିଂହ ୫୯ ରନ୍‌ କରିଥିଲେ। ଜବାବରେ ଦିଶା ବୈଦେଶ୍ବର ଦଳ ୭ ୱିକେଟ୍‌ ବିନିମୟରେ ୨୭୩ ରନ୍‌ କରିପାରିଥିଲା। ସୁଶାନ୍ତ ପଣ୍ଡା (୫୮) ଓ ଟୁନୁ ଖଟୁଆ (୬୮)ଙ୍କ ଲଢ଼ୁଆ ଅର୍ଦ୍ଧଶତକ ବେକାର ଯାଇଥିଲା। ଅଭିଷେକଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। କ୍ରୀଡ଼ାବିତ୍‌ ତାରାଚାନ୍ଦ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe