ନୂଆଦିଲ୍ଲୀ: ଆଉ ଦୁଇ ଭାରତୀୟ ମହିଳା କ୍ରିକେଟର୍ଙ୍କୁ ଆଗାମୀ ମହିଳା ବିଗ୍ ବାସ ଲିଗ୍ (ଡବ୍ଲ୍ୟୁବିବିଏଲ୍)ରେ ଖେଳିବାକୁ ସୁଯୋଗ ମିଳିଛି। ରବିବାର ସ୍ମୃତି ମନ୍ଧାନା ଓ ଦୀପ୍ତି ଶର୍ମା ବଦଳ ଖେଳାଳି ଭାବେ ସିଡ୍ନି ଥଣ୍ଡର ସହ ଚୁକ୍ତିବଦ୍ଧ ହୋଇଥିଲେ। ସୋମବାର ଯୁବ ବ୍ୟାଟର୍ ଶେଫାଳି ବର୍ମା ଏବଂ ବାମହାତୀ ସ୍ପିନର୍ ରାଧା ୟାଦବଙ୍କୁ ଦୁଇ ଥର ବିଜେତା ସିଡନି ସିକ୍ସର ଚୁକ୍ତିବଦ୍ଧ କରିଛି। ସେହିପରି ବୁଧବାର ମେଲ୍ବର୍ଣ୍ଣ ରେନେଗେଡ୍ସ ସହ ଚୁକ୍ତି କରିଛନ୍ତି ହରମନପ୍ରୀତ କୌର ଏବଂ ଜେମିମା ରୋଡ୍ରିଗୁଏଜ। ୩୨ ବର୍ଷୀୟା ହରମନପ୍ରୀତ ପୂର୍ବରୁ ସିଡ୍ନି ଥଣ୍ଡର ପକ୍ଷରୁ ଖେଳି ଡବ୍ଲ୍ୟୁବିବିଏଲ୍ ଅଭିଜ୍ଞତା ରଖିଛନ୍ତି। ହେଲେ ୨୧ ବର୍ଷୀୟା ରୋଡ୍ରିଗୁଏଜ ଅକ୍ଟୋବର ୧୪ରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତାରେ ପଦାର୍ପଣ କରିବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଥିବା ହରମନ୍ପ୍ରୀତ ଦିନିକିଆ ଶୃଙ୍ଖଳା ଆରମ୍ଭ ପୂର୍ବରୁ ଆହତ ହୋଇଥିଲେ। ଫଳରେ ଦିନିକିଆ ଶୃଙ୍ଖଳା ସହ ଗୁରୁବାରଠୁ ଆରମ୍ଭ ହେବାକୁଥିବା ଏକମାତ୍ର ଟେଷ୍ଟ୍ରୁ ବି ବାଦ୍ ପଡ଼ିଛନ୍ତି। ହେଲେ ସେ ଏବେ ସୁସ୍ଥ ହୋଇ ଅଭ୍ୟାସ ଆରମ୍ଭ କଲେଣି। ଅନ୍ୟପକ୍ଷରେ ରୋଡ୍ରିଗୁଏଜ ଦ ହଣ୍ଡ୍ରେଣ୍ଡ୍ରେ ୭ ପାଳିରେ ପାଖାପାଖି ୧୫୧ ଷ୍ଟ୍ରାଇକ୍ ରେଟ୍ରେ ୨୪୯ ରନ୍ ସଂଗ୍ରହ କରି ଦ୍ବିତୀୟ ସର୍ବାଧିକ ରନ୍ ସ୍କୋରର୍ ହୋଇଥିଲେ। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃ୍ଙ୍ଖଳାରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନଥିଲା। ଟେଷ୍ଟ୍ ଦଳରେ ମଧ୍ୟ ସେ ନାହାନ୍ତି। ହେଲେ ଆଗାମୀ ମାସରେ ହେବାକୁଥିବା ଟି-୨୦ରେ ଖେଳିବା ସମ୍ଭାବନା ରହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us