ହରମନ୍‌ପ୍ରୀତ୍‌ଙ୍କ କମାଲ: ସିଏଟ୍‌ ସହ ଚୁକ୍ତି କରିବାରେ ପ୍ରଥମ ମହିଳା କ୍ରିକେଟର

Advertisment
ହରମନ୍‌ପ୍ରୀତ୍‌ଙ୍କ କମାଲ: ସିଏଟ୍‌ ସହ ଚୁକ୍ତି କରିବାରେ ପ୍ରଥମ ମହିଳା କ୍ରିକେଟର

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଉପ-ଅଧିନାୟିକା ହରମନପ୍ରୀତ କୌର ମହିଳା କ୍ରିକେଟ୍‌ରେ ନୂଆ ଧାରା ସୃଷ୍ଟି କରିଛନ୍ତି। ସିଏଟ୍‌ କଂପାନି ସହ ବ୍ୟାଟ୍‌ ଚୁକ୍ତି କରିବାରେ ସେ ଭାରତର ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି। ଗତବର୍ଷ ଇଂଲଣ୍ଡରେ ଆୟୋଜିତ ୫୦ ଓଭରିଆ ବିଶ୍ୱକପ୍‌ରେ ଭାରତକୁ ଫାଇନାଲ ନେବାରେ ପ୍ରମୁଖ ଭୂମିକା ତୁଲାଇଥିବା ୨୮ ବର୍ଷୀୟା ହରମନପ୍ରୀତ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳର ଦୁଇ ତାରକା ରୋହିତ ଶର୍ମା ଏବଂ ଅଜିଙ୍କ୍ୟ ରାହାଣେଙ୍କ ଭଳି ସିଏଟ୍‌ ସହ ଦୁଇ ବର୍ଷୀୟା ଚୁକ୍ତି କରିଛନ୍ତି। ଚୁକ୍ତି କରିବା ପରେ ଏଣିକି ସେ ସିଏଟ୍‌ ଲେଖାଥିବା ବ୍ୟାଟ୍‌ରେ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିବେ। ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିବା ପରଠାରୁ ହରମନପ୍ରୀତ ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ସଂପ୍ରତି ସେ ଭାରତୀୟ ମହିଳା କ୍ରିକେଟର ନୂଆ ତାରକା ଭାବେ ଉଭା ହୋଇଛନ୍ତି। ଇଂଲଣ୍ଡରେ ଗତବର୍ଷ ଆୟୋଜିତ ବିଶ୍ୱକପର ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ସେ ୧୭୧ ରନ୍‌ କରିଥିଲେ। ତାଙ୍କ ପାଳି ପାଇଁ ହିଁ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଯାହା ମହିଳା ବିଶ୍ୱକପ୍‌ ଇତିହାସର ସର୍ବାଧିକ ବ୍ୟକ୍ତିଗତ ରନ୍‌ ଥିଲା। ଏହା ପୂର୍ବରୁ ସେ ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଅଷ୍ଟ୍ରେଲିଆର ଘରୋଇ ଟେ୍ଵଣ୍ଟି-୨୦ ଲିଗ୍‌ ବିଗବାସ୍‌ରେ ଖେଳିବାର ସୁଯୋଗ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe