‘ଦ ହଣ୍ଡ୍ରେଡ୍‌’ରେ ଟ୍ରେଣ୍ଟ ରକେଟ୍ସ ପାଇଁ ଖେଳିବେ ହର୍ମନପ୍ରୀତ

‘ଦ ହଣ୍ଡ୍ରେଡ୍‌’ରେ ଟ୍ରେଣ୍ଟ ରକେଟ୍ସ ପାଇଁ ଖେଳିବେ ହର୍ମନପ୍ରୀତ

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହର୍ମନପ୍ରୀତ କୌର ‘ଦ ହଣ୍ଡ୍ରେଡ୍‌’ର ଟ୍ରେଣ୍ଟ ରକେଟ୍ସ ପାଇଁ ଖେଳିବେ। ସେହିପରି ପୂର୍ବତନ ଅଧିନାୟିକା ସ୍ମୃତି ମନ୍ଧାନାଙ୍କୁ ସଦର୍ଣ୍ଣ ବ୍ରେଭ୍‌ ନିଜ ଦଳରେ କାଏମ୍‌ ରଖିଛି। ଗୁରୁବାର ଏହି ପ୍ରତିଯୋଗିତାର ସାନି ତାଲିକା ପ୍ରକାଶ କରାଯାଇଥିଲା ବେଳେ ଉଭୟ ପୁରୁଷ ଓ ମହିଳାରୁ ମୋଟ ୬୪ ଜଣଙ୍କ ନାମକୁ ବଛାଯାଇଛି। ପ୍ରଥମ ଥର ପାଇଁ ମହିଳାମାନଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି।

ଦ ହଣ୍ଡ୍ରେଡ୍‌ରେ ଆସିଥିବା ବଡ଼ ଖେଳାଳିଙ୍କ ମଧ୍ୟରେ ପାକିସ୍ତାନର ସାହିନ ଶାହ ଆଫ୍ରିଦୀ ଓ ହାରିସ୍‌ ରୌଫ୍‌ଙ୍କୁ ୱେଲ୍ସ ଫାୟାର କିଣିଥିଲା ବେଳେ ବାବର ଆଜମଙ୍କୁ କେହି କିଣିବାକୁ ଆଗ୍ରହ ଦେଖାଇନଥିଲେ। ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ କିରଣ ପୋଲାର୍ଡ ଓ ନ୍ୟୁଜିଲାଣ୍ଡର ବାମହାତୀ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ମଧ୍ୟ କେହି କିଣି ନାହାନ୍ତି। ଚଳିତ ବର୍ଷର ଦ ‌ହଣ୍ଡ୍ରେଡ୍‌ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେଉଛି। ଉଭୟ ପୁରୁଷ ଓ ମହିଳା ବର୍ଗର ପ୍ରଥମ ମ୍ୟାଚ୍‌ରେ ଟ୍ରେଣ୍ଟ ରକେଟ୍ସ ଓ ସଦର୍ଣ୍ଣ ବ୍ରେଭ୍‌ ମଧ୍ୟରେ ମୁକାବିଲା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe