Advertisment

Cricket: ପାକିସ୍ତାନ ବିପକ୍ଷରେ ବ୍ରୁକ୍‌ଙ୍କ ଶତକ, ସେମିରେ ଇଂଲଣ୍ଡ

Advertisment

ହ୍ୟାରି ବ୍ରୁକ୍‌ଙ୍କ ବିସ୍ଫୋରକ ଶତକ (୫୧ ବଲ୍‌ରୁ ୧୦୦ରନ୍‌) ବଳରେ ପାକିସ୍ତାନକୁ ୨ ୱିକେଟ୍‌ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ। ପାକିସ୍ତାନ ଦ୍ବାରା ରଖାଯାଇଥିବା ୧୬୫ରନ୍‌ର ଲକ୍ଷ୍ୟକୁ ଇଂଲଣ୍ଡ ୫ ବଲ୍‌ ପୂର୍ବରୁ ୮ ୱିକେଟ୍‌ ହରାଇ ହାସଲ କରିନେଇଥିଲା।

ହ୍ୟାରି ବ୍ରୁକ୍‌ଙ୍କ ବିସ୍ଫୋରକ ଶତକ (୫୧ ବଲ୍‌ରୁ ୧୦୦ରନ୍‌) ବଳରେ ପାକିସ୍ତାନକୁ ୨ ୱିକେଟ୍‌ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ। ପାକିସ୍ତାନ ଦ୍ବାରା ରଖାଯାଇଥିବା ୧୬୫ରନ୍‌ର ଲକ୍ଷ୍ୟକୁ ଇଂଲଣ୍ଡ ୫ ବଲ୍‌ ପୂର୍ବରୁ ୮ ୱିକେଟ୍‌ ହରାଇ ହାସଲ କରିନେଇଥିଲା।

Screenshot 2026-02-24 225726

ପାଲେକେଲ: ହ୍ୟାରି ବ୍ରୁକ୍‌ଙ୍କ ବିସ୍ଫୋରକ ଶତକ (୫୧ ବଲ୍‌ରୁ ୧୦୦ରନ୍‌) ବଳରେ ପାକିସ୍ତାନକୁ ୨ ୱିକେଟ୍‌ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ। ପାକିସ୍ତାନ ଦ୍ବାରା ରଖାଯାଇଥିବା ୧୬୫ରନ୍‌ର ଲକ୍ଷ୍ୟକୁ ଇଂଲଣ୍ଡ ୫ ବଲ୍‌ ପୂର୍ବରୁ ୮ ୱିକେଟ୍‌ ହରାଇ ହାସଲ କରିନେଇଥିଲା।

ମଙ୍ଗଳବାର ଟସ୍‌ ଜିତି ବ୍ୟାଟିଂ କରିଥିବା ପାକିସ୍ତାନ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୬୪ ରନ୍‌ କରିଥିଲା। ଆରମ୍ଭରୁ ସାଇମ୍‌ ଆୟୁବ (୭) ଓ ସଲମାନ ଆଗା (୫)ଙ୍କୁ ହରାଇଥିଲେ ବି ଶାହିବଜାଦା ଫରହାନ୍‌ ଲଢୁଆ ବ୍ୟାଟିଂ କରି ଅର୍ଦ୍ଧଶତକ( ୪୫ ବଲ୍‌ରୁ ୬୩) ପୂରଣ କରିଥିଲେ। ବାବର ଆଜମ (୨୪ ବଲ୍‌ରୁ ୨୫ରନ୍‌) ଓ ଫକର୍‌ ଜମାନ (୧୬ ବଲ୍‌ରୁ ୨୫ ରନ୍‌)ଙ୍କ ସହ ଦୁଇଟି ଉପଯୋଗୀ ଭାଗୀଦାର କରି ପାକିସ୍ତାନ ସ୍କୋରକୁ ସେ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ।

ତେବେ ନିମ୍ନଭାଗ ବ୍ୟାଟର୍‌ମାନଙ୍କ ବିଫଳତା ଯୋଗୁଁ ଏକ ବଡ଼ ସ୍କୋର୍‌ ଆଡ଼କୁ ଅଗ୍ରସର ହେଉଥିବା ପାକିସ୍ତାନ ୧୬୪ ରନ୍‌ରେ ସୀମିତ ରହିଯାଇଥିଲା। ଇଂଲଣ୍ଡ ପକ୍ଷରୁ ଲିଆମ୍‌ ଡ’ସନ୍‌ ୩ଟି ୱିକେଟ୍‌ ନେଇଥିବାବେଳେ ଜୋଫ୍ରା ଆର୍ଚର୍‌ ଓ ଜେମି ଓଭର୍ଟନ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe