ସଚିନ, କୋହଲି ଓ ଧୋନିଙ୍କ ସ୍ବପ୍ନର ୱିକେଟ୍‌ ପରେ ହର୍ଷଲଙ୍କ ପରବର୍ତୀ ଟାର୍ଗେଟ୍‌ ଡିଭିଲିୟର୍ସ

Advertisment
ସଚିନ, କୋହଲି ଓ ଧୋନିଙ୍କ ସ୍ବପ୍ନର ୱିକେଟ୍‌ ପରେ ହର୍ଷଲଙ୍କ ପରବର୍ତୀ ଟାର୍ଗେଟ୍‌ ଡିଭିଲିୟର୍ସ

ନୂଆଦିଲ୍ଲୀ: ଆଇପିଏଲ୍‌ ଅଧିକାଂଶ ଖେଳାଳିଙ୍କୁ ସେମାନଙ୍କ ସ୍ବପ୍ନ ପୂରଣ କରିବାରେ ଖୁବ୍‌ ସହାୟକ ହୋଇଛି। କିଛି ଖେଳାଳିଙ୍କୁ ନିଜର ଆଦର୍ଶ ମାନି ଆଗକୁ ବଢ଼ିଥିବା ଅଧିକାଂଶ ଯୁବ ତାରକା ସେହି ମହାନ୍‌ ଖେଳାଳିଙ୍କ ସହ ଭାବ ବିନିମୟ ଏବଂ ସେମାନଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କରିବାର ସ୍ବପ୍ନ ଦେଖିଥା’ନ୍ତି। ସେଭଳି ଜଣେ ଖେଳାଳି ହେଲେ ଭାରତୀୟ ଯୁବ ଦ୍ରୁତ ବୋଲର ହର୍ଷଲ ପଟେଲ। ହର୍ଷଲ ଅଧାରୁ ବନ୍ଦ ରହିଥିବା‌ ଚଳିତ ବର୍ଷର ଆ‌ଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପକ୍ଷରୁ ଖେଳିଛନ୍ତି। ଚଳିତ ଋତୁରେ ସେ ୭ ମ୍ୟାଚ୍‌ ‌ଖେଳି ସର୍ବାଧିକ ୧୭ ୱିକେଟ୍‌ ଦଖଲ କରି ବାଇଗଣୀ ଟୋପି ନିଜ ପାଖରେ ରଖିଛନ୍ତି। ଏହା ପୂର୍ବରୁ ସେ ଦିଲ୍ଲୀ କ୍ୟାପିଟାଲ୍‌ସ ପକ୍ଷରୁ ଦୁଇଟି (୨୦୧୯ ଓ ୨୦୨୦) ଋତୁ ଖେଳିବା ପରେ ଆର୍‌ସିବି ସହ ନିଜର ଦ୍ବିତୀୟ ଥର ଖେଳିଛନ୍ତି।

୩୦ ବର୍ଷ ବୟସ୍କ ହର୍ଷଲ କହିଛନ୍ତି ମୁଁ ମୋର ସ୍ବପ୍ନର ୱିକେଟ୍‌ ସବୁ ହାସଲ କରିସାରିଛି। ମାଷ୍ଟର ବ୍ଲାଷ୍ଟର ସଚିନ୍‌ ‌ତେନ୍ଦୁଲକରଙ୍କୁ ୨୦୧୧ରେ ଆଉଟ୍‌ କରିଥିଲି। ସେହିପରି ବିରାଟ କୋହଲିଙ୍କୁ ମଧ୍ୟ ଥରେ ଆଉଟ୍‌ କରିସାରିଛି। ପୁଣି ମହେନ୍ଦ୍ର ସିଂହ ଧୋନିଙ୍କୁ ୨ ଥର ଶିକାର କରିଛି। ଏହିସବୁ ମୋ ପାଇଁ ସ୍ବପ୍ନର ୱିକେଟ୍‌ ଥିଲା। ହେଲେ ମୋର ପରବର୍ତୀ ଟାର୍ଗେଟ ହେଉଛନ୍ତି ଏବି ଡିଭିଲିୟର୍ସ। ଦକ୍ଷିଣ ଆଫ୍ରିକୀୟ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ଡିଭିଲିୟର୍ସ ମଧ୍ୟ ମୋର ସ୍ବପ୍ନର ୱିକେଟ୍‌ ହୋଇ ରହିଛନ୍ତି। କିନ୍ତୁ ଆମେ ଏବେ ଗୋଟିଏ ଦଳରେ ରହିଛୁ। ଭବିଷ୍ୟତରେ ଯେ ମୁଁ ଆର୍‌ସିବି ବିପକ୍ଷରେ ଖେଳିପାରିବିନି ସେ ଆଶା ମଧ୍ୟ ରଖିଛି। କିନ୍ତୁ ଯଦି ବି କେବେ ଏଭଳି ଘଟେ ତାହାଲେ ଡିଭିଲୟର୍ସଙ୍କ ୱିକେଟ୍‌ ନେବାକୁ ପସନ୍ଦ କରିବି ବୋଲି କହିଛନ୍ତି ହର୍ଷଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe