ମୁମ୍ବାଇ ଟେଷ୍ଟ୍ ଲାଗି ହର୍ଷିତଙ୍କୁ ଡାକରା

Advertisment

ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଶେ‌ଷ ଟେଷ୍ଟ୍‌ ମ୍ୟାଚ୍‌ ନଭେମ୍ବର ୧ ତାରିଖରୁ ମୁମ୍ବାଇରେ ‌ଖେଳାଯିବ। ଏହି ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ହର୍ଷିତ ରାଣା ଯୋଗ ଦେଇଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଶେ‌ଷ ଟେଷ୍ଟ୍‌ ମ୍ୟାଚ୍‌ ନଭେମ୍ବର ୧ ତାରିଖରୁ ମୁମ୍ବାଇରେ ‌ଖେଳାଯିବ। ଏହି ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ହର୍ଷିତ ରାଣା ଯୋଗ ଦେଇଛନ୍ତି।

fsfhfffhh

Rediff

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଶେ‌ଷ ଟେଷ୍ଟ୍‌ ମ୍ୟାଚ୍‌ ନଭେମ୍ବର ୧ ତାରିଖରୁ ମୁମ୍ବାଇରେ ‌ଖେଳାଯିବ। ଏହି ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ହର୍ଷିତ ରାଣା ଯୋଗ ଦେଇଛନ୍ତି। ଫଳରେ ରଣଜୀ ଟ୍ରଫିର ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ ଏହି ଅଲ୍‌ରାଉଣ୍ଡର୍‌ଙ୍କ ସେବାରୁ ଦିଲ୍ଲୀ ଦଳ ବଞ୍ଚିତ ହେବ। ଆସାମ ବିପକ୍ଷ ମ୍ୟାଚ୍‌ରେ ହର୍ଷିତ ୭ ୱିକେଟ୍‌ ନେଇଥିଲା ବେଳେ ପ୍ରଥମ ପାଳିରେ ୫୦ ରନ୍‌ କରିଥିଲେ। ଏହି ଚମତ୍କାର ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ଦିଲ୍ଲୀ ୧୦ ୱିକେଟ୍‌ରେ ଆସାମକୁ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ ବେଳେ ବରିଷ୍ଠ ଦଳର ଚୟନକର୍ତ୍ତା ଅଜୟ ରାତ୍ରା ଉପସ୍ଥିତ ଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ୍‌ ଲାଗି ଘୋଷିତ ଭାରତୀୟ ଦଳରେ ହର୍ଷିତ ଥିଲେ। ହେଲେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ନଥିବାରୁ ତାଙ୍କୁ ରଣଜୀ ମ୍ୟାଚ୍‌ ଖେଳିବାକୁ ବିସିସିଆଇ ଛାଡ଼ିଥିଲା। 

ହର୍ଷିତ ବହୁଥର ଭାରତୀୟ ଦଳ ସହ ଯାତ୍ରା କରିଛନ୍ତି। ହେଲେ ଖେଳିବାର ସୁଯୋଗ ପାଇ ନାହାନ୍ତି। ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଚୟନ କମିଟି ଏହି ୨୨ ବର୍ଷୀୟ ଅଲ୍‌ରାଉଣ୍ଡରଙ୍କୁ ମଧ୍ୟ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଲାଗି ଦଳରେ ନେବାକୁ ଜୋର୍‌ ଦେଇଛନ୍ତି। କାରଣ ତାଙ୍କ ନିକଟରେ ଅଧିକ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଅଭିଜ୍ଞତା ନଥିଲେ ମଧ୍ୟ ଅଲ୍‌ରାଉଣ୍ଡ ଯୋଗ୍ୟତା ଏବଂ ଅଷ୍ଟ୍ରେଲିଆ କଣ୍ଡିସନରେ ଭଲ ପ୍ରଦର୍ଶନ କରିବାର ସେ ଆଶା ରଖିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ହର୍ଷିତଙ୍କୁ ମୁମ୍ବାଇ ଟେଷ୍ଟ୍‌ରେ ପଦାର୍ପଣ କରାଇବାକୁ ଚିନ୍ତା କରିଛନ୍ତି। ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାକୁ ନ୍ୟୁଜିଲାଣ୍ଡ ୨-୦‌ରେ ଆଗୁଆ କବ୍‌ଜା କରି ନେଇଛି। ତୃତୀୟ ଟେଷ୍ଟ୍‌ ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe