ଅଲିମ୍ପିକ୍ସ ପାଇଁ ବହୁ ତ୍ୟାଗ କରିଛି: ଶ୍ରୀଜେସ୍‌

Advertisment
ଅଲିମ୍ପିକ୍ସ ପାଇଁ ବହୁ ତ୍ୟାଗ କରିଛି: ଶ୍ରୀଜେସ୍‌

ନୂଆଦିଲ୍ଲୀ, ୨୩।୭: ଜୀବନରେ ଅନେକ ତ୍ୟାଗ କରିଛି। ଏପରିକି ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଯେଉଁ ବଳିଦାନ ଦେଇଛି ତାହାର ପରିଣାମ ଅଲିମ୍ପିକ୍ସରେ ଦେଖାଇବାକୁ ହେବ ବୋଲି ଭାରତୀୟ ହକି ଦଳର ଗୋଲ ରକ୍ଷକ ପିଆର ଶ୍ରୀଜେସ୍‌ କହିଛନ୍ତି। ୨୦୦୬ରେ ଭାରତୀୟ ବରିଷ୍ଠ ଦଳରେ ସ୍ଥାନ ପାଇଥିବା ଶ୍ରୀଜେସଙ୍କ ଏକମାତ୍ର ଲକ୍ଷ୍ୟ ହେଉଛି ଅଲିମ୍ପିକ୍ସ ପଦକ। ଅନ୍ୟପକ୍ଷରେ ଶ୍ରୀଜେସ୍‌ଙ୍କୁ ବର୍ତ୍ତମାନ ବିଶ୍ବର ଶ୍ରେଷ୍ଠ ଗୋଲରକ୍ଷକଙ୍କ ମଧ୍ୟରେ ଗଣାଯାଉଛି। ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଥିବା ବେଳେ କୋଭିଡ୍‌-୧୯ କଟକଣାକୁ ଦୃଷ୍ଟିରେ ରଖି ସେ ଦୀର୍ଘ ଦିନ ଧରି ନିଜ ପରିବାରଠୁ ଦୂରରେ ଥିଲେ। ଯେଉଁଥିପାଇଁ ତାଙ୍କୁ ମାନସିକ ଭାବେ ଶକ୍ତ ହେବାକୁ ସମୟ ଲାଗିଥିଲା। ତଥାପି ଏହା ତାଙ୍କ ପାଇଁ ଶେଷ ଅଲିମ୍ପିକ୍ସ ହୋଇଥିବାରୁ ଯାହା ତ୍ୟାଗ କରିଛନ୍ତି ଏବ˚ କେବଳ ପଦକ ସ୍ବପ୍ନ ପାଇଁ ହିଁ ସେ ପରିବାରଠୁ ଦୂରରେ ରହିଥିବାରୁ ଏଥର ଅଲିମ୍ପିକ୍ସରୁ ଫେରିବା ବେଳେ ସ୍ବପ୍ନ ସାକାର କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ଭାରତୀୟ ହକି ଦଳ ଶେଷ ଥରପାଇଁ ୧୯୮୦ ମସିହା ମସ୍କୋ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲା। ତେଣୁ ଏବେ ପୁଣି ଥରେ ଇତିହାସ ଲେଖାଯିବାର ସମୟ ଆସିଛି। ଯଦିଓ ଷ୍ଟାଡିୟମରେ ଦର୍ଶକ ରହିବେନି, ତଥାପି ଅଲିମ୍ପିକ୍ସ ପ୍ରସ୍ତୁତି ସମୟରେ ପ୍ରାୟ ଦେଢ ବର୍ଷ ଧରି ସମାନ ପରିବେଶରେ ଭାରତୀୟ ଦଳ ଅଭ୍ୟାସ କରିଛି। ଦଳୀୟ ସଦସ୍ୟମାନଙ୍କ ଉପରେ ଯାତାୟତ ଓ ଅନ୍ୟମାନଙ୍କ ସହ ମିଳାମିଶାକୁ ନେଇ ଅନେକ ପ୍ରତିବନ୍ଧକ ରହିଛି। ତଥାପି ଭାରତୀୟ ଖେଳାଳିମାନେ ଏଭଳି ପରିସ୍ଥିତି ପାଇଁ ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ ରହିଥିବା ଶ୍ରୀଜେସ କହିଛନ୍ତି। ଭାରତୀୟ ଦଳରେ ଶ୍ରୀଜେସ୍‌ ସବୁଠୁ ଅଭିଜ୍ଞ ଖେଳାଳି। ତେଣୁ ମ୍ୟାଚ୍‌ ସମୟରେ ସେ ତାଙ୍କର ଅଭିଜ୍ଞତାକୁ କନିଷ୍ଠ ଖେଳାଳିଙ୍କ ସହିତ ବାଣ୍ଟିବେ। ଅଲିମ୍ପିକ୍ସର ମାନେ କ’ଣ, ବିଭିନ୍ନ ସମୟରେ ଆସିବାକୁ ଥିବା ଚାପ ଇତ୍ୟାଦି ବିଷୟରେ ସେ କନିଷ୍ଠ ମାନଙ୍କ ସହିତ ଆଲୋଚନା କରିବେ। ଏଥିସହିତ ନକାରାତ୍ମକ ଭାବନାକୁ ସାମ୍ନା କରିବା ଏବ˚ ତାହାକୁ ସକାରାତ୍ମକରେ ପରିଣତ କରିବା କୌଶଳ ମଧ୍ୟ ସେ ଶିଖାଇବେ। ତେଣୁ ଜଣେ ଅଭିଜ୍ଞ ଗୋଲରକ୍ଷକ ହୋଇଥିବାରୁ ତାଙ୍କ କାନ୍ଧରେ ବଡ଼ ଦାୟିତ୍ବ ରହିଥିବା ଶ୍ରୀଜେସ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe