କୋଲ୍କାତା: ଭାରତୀୟ କ୍ରିକେଟର୍ ମହମ୍ମଦ ସାମି ଏବଂ ପତ୍ନୀ ହସିନ୍ ଜାହାଁଙ୍କ ମଧ୍ୟରେ ଚାଲିଥିବା ବିଭେଦ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ପତ୍ନୀ ନିର୍ଯାତନା ଅଭିଯୋଗରେ ଛନ୍ଦି ହେବା ପରେ ସାମି ଗୁରୁବାର କହିଛନ୍ତି ହସିନ୍ ତାଙ୍କ ପ୍ରଥମ ବିବାହ ସମ୍ପର୍କରେ ମୋତେ ଅନ୍ଧାରରେ ରଖିଥିଲେ। ପ୍ରଥମ ସ୍ୱାମୀଙ୍କ ଆଡ଼ୁ ଥିବା ଦୁଇ କନ୍ୟାଙ୍କୁ ସେ ନିଜର ଝିଆରି ବୋଲି ଦର୍ଶାଇଥିଲେ। ୨୦୧୪ ମସିହାରେ ବିବାହ ପୂର୍ବରୁ ସେ ଏହି କଥାକୁ ଗୋପନ ରଖିଥିଲେ। ଏହି ଦୁଇ ଝିଅଙ୍କୁ ସେ ନିଜ ଭଉଣୀର ବୋଲି କହିଥିଲେ। ଉଭୟ ସାମି ଏବଂ ହସିନ୍ଙ୍କ ମଧ୍ୟରେ ଇତି ମଧ୍ୟରେ ଅଭିଯୋଗ ଓ ପ୍ରତି ଅଭିଯୋଗ ଜାରି ରହିଛି। ମଙ୍ଗଳବାର ହସିନ କହିଥିଲେ ସାମି ତାଙ୍କୁ ଫୋନ୍ରେ ଧମକାଉଛନ୍ତି। ସାମି ଏସବୁ ଅଭିଯୋଗକୁ ଖଣ୍ଡନ କରିବା ସହିତ ନିଜ କନ୍ୟାର ଭବିଷ୍ୟତକୁ ନେଇ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି। ଆଉ ଜଣେ ଝିଅ ସହିତ ସାମିଙ୍କ ସମ୍ପର୍କ ରହିଥିବା କଥା କହି ହସିନ ସେମାନଙ୍କ ବାର୍ତାଳପର ସ୍ନାପସଟ୍ ଫେସ୍ବୁକରେ ପୋଷ୍ଟ୍ କରିଥିଲେ। ସାମି କିନ୍ତୁ ଏସବୁକୁ ଖଣ୍ଡନ କରିବା ସହିତ ଷଡ଼ଯନ୍ତ୍ର ବୋଲି ଅଭିହିତ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us