ଅଖତରଙ୍କୁ ‘ବି ଗ୍ରେଡ୍‌ ଅଭିନେତା’ କହି ସ୍ଲେଜିଂ କରିଥିଲେ ହେ‌ଡେନ୍‌

Advertisment
ଅଖତରଙ୍କୁ ‘ବି ଗ୍ରେଡ୍‌ ଅଭିନେତା’ କହି ସ୍ଲେଜିଂ କରିଥିଲେ ହେ‌ଡେନ୍‌

Zee News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ପାଇଁ ୧୯୯୩ରୁ ୨୦୦୮ ମସିହା ପର୍ଯ୍ୟନ୍ତ ଖେଳିଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ମାଥ୍ୟୁ ହେଡେନ୍‌ କେବଳ ନିଜର ଭଲ ବ୍ୟାଟିଂ ପାଇଁ ପରିଚିତ ଥିଲେ। କିନ୍ତୁ ସ୍ଲିପ୍‌ରେ କ୍ଷେତ୍ରରକ୍ଷଣ କରୁଥିବାବେଳେ ସେ ସ୍ଲେଜିଂ କରି ମନସ୍ତାତ୍ତ୍ବିକ ଖେଳ ବି ଖେଳିଥାନ୍ତି ବୋଲି ଖୁବ୍ କମ୍‌ ବ୍ୟକ୍ତିଙ୍କୁ ଜଣାଥିବ। ୨୦୦୨ ମସିହାରେ ସାରଜାରେ ପାକିସ୍ତାନ ବିପକ୍ଷରେ ଏକ ଟେଷ୍ଟ୍‌ ମ୍ୟାଚ୍‌ ବେଳେ ସେ କିଭଳି ସୋଏବ ଅଖତରଙ୍କୁ ସ୍ଲେଜିଂ କରିଥିଲେ ତାହା ସ୍ବୀକର କରିଛନ୍ତି। ଏହି ଟେଷ୍ଟ୍ ଅବସରରେ ମୁଁ ତାଙ୍କ ଉପରେ (ଅଖତର) ଚାପ ପକାଇବା ଲାଗି 'ଜଣେ ବି-ଗ୍ରେଡ୍ ଅଭିନେତା' ବୋଲି ଡାକିଥିଲି। ସାରଜାରେ ଗରମ ପରିବେଶରେ ବ୍ୟାଟିଂକୁ ଯିବା ପୂର୍ବରୁ ମୋତେ ସେ କହିଥିଲେ 'ମୁଁ ତୁମ ୱିକେଟ୍‌ ନେବାକୁ ଯାଉଛି'। ଏହାର ଉତ୍ତରରେ ମୁଁ କହିଥିଲେ 'ହେ ବନ୍ଧୁ ବଢ଼ିଆ କଥା, ଆହ୍ବାନକୁ ଗ୍ରହଣ କରୁଛି। ତୁମକୁ ୧୮ ବଲ୍‌ ଦେଲି ଅର୍ଥାତ୍‌ ୩ ଓଭର ମୋତେ ଆଉଟ୍ କରି ଦେଖାଅ'।

ଅଖତର ସବୁବେଳେ ବାକ୍‌ବିତଣ୍ଡା କରିବାକୁ ଭଲ ପାଆନ୍ତି ବୋଲି ମଧ୍ୟ ‌ହେଡେନ୍ ପ୍ରକାଶ କରିଥିଲେ। ସେହି ମ୍ୟାଚ୍‌ରେ ପୂର୍ବତନ ଭାରତୀୟ ତାରିକା ତଥା ଅମ୍ପାୟାର୍‌ ଭେଙ୍କଟରାଘବନ ଥାଆନ୍ତି। ମୁଁ ତାଙ୍କୁ କିଭଳି ଏହି କଥା କହିବି ଭାବିଥିଲି। ମୁଁ କିନ୍ତୁ ତାଙ୍କର ପ୍ରତିଟି ବଲ୍‌କୁ ଏକରୁ ଅଠର ଯାଏ ଗଣୁଥିଲି। ଗୋଟିଏ ପୁଲ୍‌ ସଟ୍‌ ଖେଳିବା ପରେ ସେ ମୋ ଆଡକୁ ଚିହିଁକି ଆସି କହିଥିଲେ 'କି ସମସ୍ୟା ଅଛି'। ମୁଁ କହିଥିଲି ‌ହଁ ମୋର ସମସ୍ୟା ଅଛି। ଏହା ପରେ ମୁଁ ଭେଙ୍କଟଙ୍କ ପାଖକୁ ଯାଇ ଅଭିଯୋଗ କରିଥିଲି। 'ଖେଳକୁ ମୁଁ ସବୁକିଛି ଦେଇଛି, ଏଠାରୁ ସବୁକିଛି ପାଇବାକୁ ବି ହକ୍‌ଦାର କିନ୍ତୁ ଏହାର ନୀତି ନିୟମ ଓ ନୈତିକତା ଭିତରେ। ଜଣେ କିଭଳି ମାଡି ଆସି ଦୁର୍ବ୍ୟବହାର କରିପାରିବ ? ବୋଲି ହେଡେନ୍‌ ପ୍ରକାଶ କରିଥିଲେ। ‌ହେଡେନ୍‌ ୧୧୯ ରନ୍‌ର ବିସ୍ଫୋରକ ପାଳି ଖେଳି ଅଷ୍ଟ୍ରେଲିଆକୁ ପ୍ରଥମ ପାଳିରେ ୩୧୦ ରନ୍‌ରେ ପହଞ୍ଚାଇବାରେ ବଡ଼ ଭୂମିକା ତୁଲାଇଥିଲେ। ଏହା ପୂର୍ବରୁ ପାକିସ୍ତାନ ପ୍ରଥମ ପାଳିରେ ୫୯ ରନ୍ କରିଥିଲା। ପାଳି ପରାଜୟ ଏଡ଼ାଇବାକୁ ୨୫୨ ରନ୍‌ ଲକ୍ଷ୍ୟକୁ ହାସଲ କରିନପାରି ପାକିସ୍ତାନ ଦ୍ବିତୀୟ ପାଳିରେ ମାତ୍ର ୫୩ ରନ୍ କରି ୧୯୮ ରନ୍‌ରେ ହାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe