ହାଜେଲଉଡ୍‌ଙ୍କ ଭାରତ-ଅଷ୍ଟ୍ରେଲିଆ ଦଳରେ ସ୍ମିଥ୍ ୩, କୋହଲି ୪

ହାଜେଲଉଡ୍‌ଙ୍କ ଭାରତ-ଅଷ୍ଟ୍ରେଲିଆ ଦଳରେ ସ୍ମିଥ୍ ୩, କୋହଲି ୪

Daily Express

ସିଡ୍‌ନି: ଚଳିତବର୍ଷ ଶେଷ ଆଡ଼କୁ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଗସ୍ତ କରି ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳା ଖେଳିବ। ଏହି ବହୁ ପ୍ରତୀକ୍ଷିତ ଶୃଙ୍ଖଳାର ପାଞ୍ଚ ମାସ ପୂର୍ବରୁ କଙ୍ଗାରୁ ଦ୍ରୁତ ବୋଲର ଜୋସ୍ ହାଜେଲଉଡ୍ ଉଭୟ ଅଷ୍ଟ୍ରେଲିଆ ଓ ଭାରତୀୟ ଖେଳାଳିଙ୍କୁ ନେଇ ଏକ ମିଶ୍ରିତ ଟେଷ୍ଟ୍ ଦଳ ଗଠନ କରିଛନ୍ତି। ଏଥିରେ ମୟଙ୍କ ଅଗ୍ରୱାଲ ଓ ଡେଭିଡ୍ ୱାର୍ନରଙ୍କୁ ସେ ପ୍ରାରମ୍ଭିକ ଯୋଡ଼ି ଭାବେ ରଖିଛନ୍ତି। ସେହିଭଳି ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଦୁଇ ପୁରୁଣା ପ୍ରତିଦ୍ବନ୍ଦ୍ବୀ ଷ୍ଟିଭେନ୍ ସ୍ମିଥ୍ ଓ ବିରାଟ କୋହଲିଙ୍କୁ ବାଛିଛନ୍ତି।

ଚେତେଶ୍ବର ପୂଜାରାଙ୍କୁ ପଞ୍ଚମ ସ୍ଥାନରେ ବ୍ୟାଟିଂ କରାଇବାକୁ ହାଜେଲଉଡ୍ ଚାହୁଁଥିଲା ବେଳେ ଷଷ୍ଠ ସ୍ଥାନ ପାଇଁ ମାର୍ନସ ଲବୁସାନେ ଓ ରୋହିତ ଶର୍ମାଙ୍କ ମଧ୍ୟରୁ ଜଣକୁ ନେ‌ବେ ବୋଲି କହିଛନ୍ତି। ସେହିଭଳି ନିଜକୁ ମିଶାଇ ଦଳରେ ତିନି ଜଣ ପେସରଙ୍କୁ ରଖିଛନ୍ତି। ସ୍ପିନର ଭାବେ ନାଥନ ଲାୟନ କିମ୍ବା ଆର ଅଶ୍ବିନଙ୍କୁ ସେ ବାଛିଛନ୍ତି। ହାଜେଲଉଡ୍ ମଧ୍ୟ ଆସନ୍ତା ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳାକୁ ଆସେସ୍ ସହ ତୁଳନା କରିଛନ୍ତି। ସେହିଭଳି ଏଥରର ଶୃ୍ଖଳା ପୂର୍ବାପେକ୍ଷା ଅଧିକ ସଂଘର୍ଷପୂର୍ଣ୍ଣ ଓ ପ୍ରତିଦ୍ବନ୍ଦ୍ବିତାଭରା ହେବ ବୋଲି ଆକଳନ କରିଛନ୍ତି। ‘‘ଆମ ଦଳକୁ ସ୍ମିଥ୍ ଓ ୱାର୍ନର ଫେରିଛନ୍ତି। ଲବୁସାନେ ମଧ୍ୟ ଚମତ୍କାର ଫର୍ମରେ ଅଛନ୍ତି। ବୋଲିଂ ବାହିନୀ ପ୍ରାୟତଃ ସମାନ ରହିଛି। ହେଲେ ବ୍ୟାଟିଂରେ ପୂର୍ବାପେକ୍ଷା ଆମ ଶକ୍ତି ବଢ଼ିଛି। ଗତ ଗସ୍ତରେ ଭାରତୀୟ ବୋଲର ଆମକୁ ଅଡ଼ୁଆରେ ପକାଇଥିଲେ। ଘରୋଇ ପରିବେଶରେ ଆମେ ଦ୍ବିତୀୟବାର ଏକଥାକୁ ଦୋହରାଇବାକୁ ଦେବୁନୁ। ଏହି ଶୃଙ୍ଖଳା ଉପରେ ସମସ୍ତଙ୍କ ନଜର ରହିବ। ଉଭୟ ଦଳ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଶୃଙ୍ଖଳା। ମୋ ମତରେ ଏହା ଆସେସ୍‌ଠାରୁ କିଛି କମ୍ ନୁହେଁ’’ ବୋଲି ହାଜେଲ୍‌ଉଡ୍ କହିଥିଲେ। ତେବେ ନିଜ ଦଳରେ ସେ କୌଣସି ୱିକେଟ୍ ରକ୍ଷକଙ୍କୁ ସ୍ଥାନ ଦେଇ ନଥିଲେ। ଏଣୁ ୧୦ ଜଣିଆ ଦଳ ବାଛିଥିଲେ।

ଦଳ: ମୟଙ୍କ ଅଗ୍ରୱାଲ, ଡେଭିଡ୍ ୱାର୍ନର, ଷ୍ଟିଭେନ୍ ସ୍ମିଥ୍, ବିରାଟ ‌କୋହଲି, ଚେତେଶ୍ବର ପୂଜାରା, ମାର୍ନସ ଲବୁସାନେ/ରୋହିତ ଶର୍ମା, ନାଥନ ଲାୟନ/ରବିଚନ୍ଦ୍ରନ ଅଶ୍ବିନ, ପ୍ୟାଟ୍ କମିନ୍ସ, ଜୋସ୍ ହାଜେଲଉଡ୍, ଯଶପ୍ରୀତ ବୁମ୍‌ରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe