ଢାକା : ଆସନ୍ତା ଫେବ୍ରୁଆରି ଓ ମାର୍ଚ୍ଚ ମାସରେ  ଭାରତ ଓ  ଶ୍ରୀଲଙ୍କାରେ ହେବାକୁ ଥିବା  ଟି-୨୦ ବିଶ୍ବକପ ପାଇଁ ବାଂଲାଦେଶ ଦଳ ଘୋଷଣା ହୋଇଛି । ଲିଟନ କୁମାର ଦାସଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି ଓ ମହମ୍ମଦ ସୈଫ୍ ହାସନଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି।  ବର୍ତ୍ତମାନ ଚର୍ଚ୍ଚାରେ ଥିବା ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ମଧ୍ୟ ଏହି ବାଂଲାଦେଶ ଦଳରେ ସାମିଲ କରାଯାଇଛି, ଯିଏ ଦଳ ପାଇଁ ପେସ୍ ବୋଲିଂର ନେତୃତ୍ୱ ନେବେ।

Advertisment

ଆହୁରି ପଢନ୍ତୁ : Kidney Damage Symptoms:କିଡନୀକୁ ନେଇ ଚିନ୍ତିତ ରହୁଛନ୍ତି କି, ଆପଣାନ୍ତୁ ଏହି ଉପାୟ, କିଡନୀ ରହିବ ସୁସ୍ଥ

ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜିତ ଆଇସିସି ଟି-୨୦ ବିଶ୍ୱକପ୍ ଆସନ୍ତା ମାସ ଫେବୃଆରୀ ୭ ତାରିଖରେ ଆରମ୍ଭ ହେଉଛି। ମୂଳ ସିଡ୍ୟୁଲ ଅନୁସାରେ ବାଂଲାଦେଶ ଏହାର ସମସ୍ତ ଲିଗ୍ ମ୍ୟାଚ୍ ଭାରତରେ ଖେଳିବ। ଏହା ମଧ୍ୟରୁ ତିନୋଟି ଲିଗ୍ ମ୍ୟାଚ୍ କୋଲକାତାରେ ଖେଳାଯିବାକୁ ଥିବାବେଳେ ଗୋଟିଏ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ। କିନ୍ତୁ ଆଇପିଏଲରୁ ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବହିଷ୍କାର କରାଯିବା ପରେ ବାଂଲାଦେଶ କ୍ରିକେଟ ବୋରଡ ନିଜର ସମସ୍ତ ମ୍ୟାଚକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ କରିବାକୁ ଆଇସିସିକୁ ଅନୁରୋଧ କରିଛି । ବାଂଲାଦେଶ ‘ଗ୍ରୁପ-ସି’ରେ ଅଛି, ଯେଉଁଥିରେ ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ୍, ନେପାଳ ଓ ଇଟାଲି ଅଛନ୍ତି । 

ଆହୁରି ପଢନ୍ତୁ : New Year 2026:ଆଗରୁ ୧୦ ମାସ ଥିଲା, ଶୀଘ୍ର ସରି ଯାଉଥିଲା ବର୍ଷ, ଆସନ୍ତୁ କ୍ୟାଲେଣ୍ଡରର କାହାଣୀ ଜାଣିବା...

ବାଂଲାଦେଶ ଦଳ

ଲିଟନ୍ କୁମାର ଦାସ (ଅଧିନାୟକ), ମହମ୍ମଦ ସୈଫ ହାସନ୍ (ଉପ-ଅଧିନାୟକ), ତାନଜିଦ୍ ହାସାନ୍, ମହମ୍ମଦ ପରଭେଜ୍ ହୋସେନ୍ ଇମନ୍, ତୌହିଦ୍ ହ୍ରିଦୋୟ, ଶାମିମ ହୋସେନ୍, କାଜି ନୁରୁଲ ହାସନ ସୋହାନ, ସାକ ମହେଦି ହାସନ, ରିଷଦ ହୋସେନ୍, ନାସୁମ୍ ଅହମ୍ମଦ, ମୁସ୍ତାଫିଜୁର ରେହମାନ, ତାଞ୍ଜିବ ହାସାନ ସାକିବ, ତାସକିନ ଅହମ୍ମହ, ଅହମ୍ମଦ ସୈଫୁଦ୍ଦିନ ଓ ସୋରିଫୁଲ ଇସଲାମ |