ମୁମ୍ବାଇ : ଓମେନ୍ସ ପ୍ରିମିୟର ଲିଗ୍ (WPL) ୨୦୨୬ ସିଜିନ୍ ଜାନୁଆରୀ ୭ ତାରିଖରେ ଆରମ୍ଭ ହୋଇ ଫେବ୍ରୁଆରି ୩ ପର୍ଯ୍ୟନ୍ତ ଚାଲିବାର ସମ୍ଭବନା ରହିଛି। ସମସ୍ତ ମ୍ୟାଚ ମୁମ୍ବାଇ ଓ ବରୋଦାରେ ହେବାର ସମ୍ଭାବନା ରହିଛି ବୋଲି କ୍ରିକବଜ୍ ଏକ ରିପୋର୍ଟ ପ୍ରକାଶ କରିଛି ।
ଏହି ରିପୋର୍ଟ ଅନୁଯାୟୀ, ବିସିସିଆଇର ଯୋଜନା ଅନୁସାରେ ଡବ୍ଲୁପିଏଲର ପ୍ରଥମ ପର୍ଯ୍ୟାୟ ମ୍ୟାଚଗୁଡ଼ିକ ନଭିମୁମ୍ବାର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇପାରେ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚଗୁଡ଼ିକ ବରୋଦାରେ ଖେଳାଯାଇପାରେ । ବରୋଦା ପର୍ଯ୍ୟାୟ ଜାନୁଆରୀ ୧୬ ତାରିଖରେ ଆରମ୍ଭ ହେବାର ଆଶା କରାଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ବରୋଦାର କୋଟାମ୍ବି ଷ୍ଟାଡିୟମରେ ଜାନୁଆରି ୧୧ରେ ଖେଳାଯିବ । ଏହି ମ୍ୟାଚର ୫ ଦିନ ପରେ ସେଠାରେ ଓମେନ୍ସ ପ୍ରିମିୟର ଲିଗର ମ୍ୟାଚ ଖେଳାଯିବ ।
ଆହୁରି ପଢନ୍ତୁ : ବାରବାଟୀ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍: ଡିସେମ୍ବର-୧ରୁ ଅନଲାଇନ ଟିକେଟ ବିକ୍ରି, ଅଫଲାଇନରେ ଡିସେମ୍ବର ୫ରୁ
ରିପୋର୍ଟ ଅନୁଯାୟୀ, BCCI ଏପର୍ଯ୍ୟନ୍ତ ଏହି ବିଷୟରେ ଦଳ ମାଲିକଙ୍କ ସହିତ କୌଣସି ସୂଚନା ସେୟାର କରିନାହିଁ। ବର୍ତ୍ତମାନ ଅନୌପଚାରିକ ସ୍ତରରେ ଆଲୋଚନା ଚାଲିଛି। ରିପୋର୍ଟ କରାଯାଉଛି ଯେ ୨୭ ନଭେମ୍ବରରେ ଦିଲ୍ଲୀରେ ହେବାକୁ ଥିବା WPL ନିଲାମ ସମୟରେ ଦଳଗୁଡ଼ିକୁ ସିଜିନ୍ ଆରମ୍ଭ ବିଷୟରେ ସୂଚନା ଦିଆଯିବ। ମ୍ୟାଚ୍ ଆୟୋଜନ ପାଇଁ ଲକ୍ଷ୍ନୌ, ବେଙ୍ଗାଲୁରୁ, ମୁମ୍ବାଇ ଏବଂ ବରୋଦାର ନାମ ଆଲୋଚନା ହୋଇଥିଲା, କିନ୍ତୁ କୁହାଯାଉଛି ଯେ ମୁମ୍ବାଇ ଏବଂ ବରୋଦାର ନାମ ଚୂଡ଼ାନ୍ତ ହୋଇପାରେ।
ଆହୁରି ପଢନ୍ତୁ : Delhi Blast: ଲାଲକିଲ୍ଲା ବିସ୍ଫୋରଣ ପଛରେ ଆରଏସଏସ, କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)