ନ୍ୟୁୟର୍କ: ଆଶ୍ଚର୍ଯ୍ୟଜନକ ଭାବେ ଜଣେ ଭାରତୀୟ ବଂଶୋଦ୍ଭବ ଯୁବତୀ ୟୁଏସ୍ ଓପନ୍ ମହିଳା ଗଲ୍ଫ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡ ସୁଦ୍ଧା ଆଗୁଆ ହୋଇ ଚର୍ଚ୍ଚାକୁ ଆସିଛନ୍ତି। ସାନ୍ ଫ୍ରାନସିସ୍କୋର ଦ ଅଲିମ୍ପିକ୍ କ୍ଲବ୍ରେ ଚାଲିଥିବା ଏହି ପ୍ରତିଯୋଗିତାରେ ପ୍ରଥମ ରାଉଣ୍ଡରେ ୧୭ ବର୍ଷୀୟା ମେଘା ଗାନେ ୫ ଅଣ୍ଡର୍ ସ୍କୋର୍ ସହିତ ଅଗ୍ରଣୀ ରହିଛନ୍ତି। ୟୁଏସ୍ ଓପନ୍ ଇତିହାସରେ ଜଣେ ଆମେଚର୍ ହାଇସ୍କୁଲ୍ ଛାତ୍ରୀ ଏଭଳି ସଫଳତା ପାଇବା ୧୫ ବର୍ଷ ମଧ୍ୟରେ ପ୍ରଥମ ଘଟଣା। ମେଘାଙ୍କୁ ମାତ୍ର ୨ ବର୍ଷ ହୋଇଥିବା ବେଳେ ନ୍ୟୁପୋର୍ଟ କଣ୍ଟ୍ରି କ୍ଲବ୍ରେ ଜଣେ ଛାତ୍ରୀ ଏଭଳି ଅଗ୍ରଣୀ ପାଇଥିଲେ। ମେଘାଙ୍କ ସହ ଇଂଲଣ୍ଡର ପେସାଦାର ଖେଳାଳି ମେଲ୍ ରିଡ୍ ମଧ୍ୟ ଆଗୁଆ ରହିଛନ୍ତି। ଦ ଅଲିମ୍ପିକ୍ କ୍ଲବ୍ କୋର୍ସରେ ପ୍ରଥମ ଥର ପାଇଁ ମେଜର୍ ପ୍ରତିଯୋଗିତାରେ ମହିଳା ଅଂଶଗ୍ରହଣ କରିଛନ୍ତି। ୭୧ ପାର୍ ବିଶିଷ୍ଟ ଏହି କୋର୍ସରେ ପ୍ରଥମ ରାଉଣ୍ଡରେ ୧୫ ଜଣ ଅଣ୍ଡର୍ ପାର୍ ସୁଟ୍ କରିଥିଲେ। ନ୍ୟୁଜର୍ସି ବାଳିକା ମେଘା ୧୮ତମ ହୋଲରେ ବୋଗି ସ୍କୋର ମଧ୍ୟ କରିଥିଲେ।
ୟୁଏସ୍ ଓପନ୍ ଗଲ୍ଫରେ ଭାରତୀୟ ବଂଶୋଦ୍ଭବ ଆଗୁଆ
Advertisment
Follow Us