ପଦାର୍ପଣରେ ଅର୍ଦ୍ଧଶତକ ଓ ୪ ୱିକେଟ୍‌ ନେବାରେ ସ୍ନେହ ପ୍ରଥମ ଭାରତୀୟ

Advertisment
ପଦାର୍ପଣରେ ଅର୍ଦ୍ଧଶତକ ଓ ୪ ୱିକେଟ୍‌ ନେବାରେ ସ୍ନେହ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ: ଶନିବାର ବ୍ରିଷ୍ଟଲରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍‌କୁ ଅମୀମାଂସିତ ରଖିଥିବା ଭାରତୀୟ ଦଳର ନିମ୍ନକ୍ରମ ବ୍ୟାଟର୍‌ ସ୍ନେହ ରାଣା ବହୁ ମୂଲ୍ୟବାନ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେ ୮୦ ରନ୍‌ରେ ଅପରାଜିତ ରହିବା ସାଙ୍ଗକୁ ଅବିଭାଜିତ ନବମ ୱିକେଟ୍‌ରେ ତାନିଆ ଭାଟିଆ (୪୪*)ଙ୍କ ସହ ୧୦୪ ରନ୍‌ର ଭାଗୀଦାରି ଗଢ଼ିଥିଲେ। ଏହା ଥିଲା ସ୍ନେହଙ୍କ ପାଇଁ ପଦାର୍ପଣ ଟେଷ୍ଟ୍‌। ସେ ଏହି ଟେଷ୍ଟ୍‌ର ପ୍ରଥମ ପାଳିରେ ୩୯.୨-୨-୧୩୧-୪ର ବୋଲିଂ ଚିତ୍ର ପାଇଥିଲେ।

ଫଳରେ ନିଜର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ସ୍ନେହ ପଦାର୍ପଣରେ ଚମତ୍କାର ଅଲ୍‌ରାଉଣ୍ଡ ଛାପ ଛାଡ଼ିଥିଲେ। ପଦାର୍ପଣ ଟେଷ୍ଟ୍‌ରେ ଅର୍ଦ୍ଧଶତକ ହାସଲ କରିବା ସାଙ୍ଗକୁ ୪ ୱିକେଟ୍‌ ଅକ୍ତିଆର କରିବାରେ ସେ ପ୍ରଥମ ଭାରତୀୟ ମହିଳା ଏବଂ ମୋଟ ଉପରେ ଚତୁର୍ଥ ଖେଳାଳି ହୋଇଛନ୍ତି। କେବଳ ସେତିକି ନୁହେଁ, ମହିଳା ଟେଷ୍ଟ୍‌ରେ ୬ ନମ୍ବର ବା ତା’ଠୁ ନିମ୍ନରେ ବ୍ୟାଟିଂ କରି କୌଣସି ଭାରତୀୟ ବ୍ୟାଟର୍‌ଙ୍କ ତୁଳନାରେ ସେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌ର କୀର୍ତ୍ତିମାନ ରଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe