ସିଡ୍ନି: ଅଷ୍ଟ୍ରେଲିଆର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ହେଡେନ୍ ସର୍ଫିଙ୍ଗ୍ କରୁଥିବା ବେଳେ ଦୁର୍ଘଟଣା ଗସ୍ତ ହୋଇ ଗୁରୁତର ଆହତ ହୋଇଛନ୍ତି। ଏଥିରେ ତାଙ୍କ ବେକ ହାଡ଼ ଭାଙ୍ଗି ଯାଇଛି। ଅେସ୍ତ୍ରାପଚାର ପରେ ସେ ଟିକିଏ ଭଲ ଅଛନ୍ତି। ହେଡେନ୍ ନିଜ ଇନ୍ଷ୍ଟାଗ୍ରାମ ପୃଷ୍ଠାରେଏହି ବିଷୟରେ ସୂଚନା ଦେଇଛନ୍ତି। ୨୦୦୯ରେ କ୍ରିକେଟ୍ରୁ ଅବସର ନେଇଥିବା ହେଡେନ୍ ୧୦୩ ଟେଷ୍ଟ୍ ଖେଳି ୩୦ ଶତକ ସହ ୫୦.୭୩ ହାରରେ ୮୬୨୬ ରନ୍ କରିଛନ୍ତି। ୨୦୦୩ରେ ସେ ଜିମ୍ବାୱେ ବିପକ୍ଷ ଟେଷ୍ଟ୍ରେ ୩୮୦ ରନ୍ କରି ବିଶ୍ବ କୀର୍ତିମାନର ଅଧିକାର ହୋଇଥିଲେ। ହେଲେ ଏହାର ୬ ମାସ ପରେ ୱେଷ୍ଟ୍ଇଣ୍ଡିଜ୍ର ବ୍ରାଏନ୍ ଲାରା (୪୦୦*) ଏହି କୀର୍ତ୍ତିମାନ ଭାଙ୍ଗି ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us